ମାରାତ୍ମକ ରୂପ ନେଲା ମୋବାଇଲ ଗେମ୍  ! ଏଣିକି ଲୁଡୋ ଖେଳିଲେ ହୋଇପାରେ ଜେଲ୍

102

ମୋବାଇଲରେ ଗେମ ଖେଳିବା ଏକ ସାଧାରଣ କଥା ଅଟେ । ହେଲେ ବର୍ତ୍ତମାନ ଏହି ଗେମ ଲୋକଙ୍କ ଜୀବନ ନେବାକୁ ବସିଛି । ଲୋକଙ୍କ ମନୋରଂଜନ ପାଇଁ ପ୍ରସ୍ତୁତ କରାଯାଇଥିବା ମୋବାଇଲ ଗେମ ବର୍ତ୍ତମାନ ଲୋକଙ୍କ ପାଇଁ ଏକ ସମସ୍ୟା ରୂପେ ମୁଣ୍ଡ ଟେକିଛି । ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ ଭଳି ଏବେ ଆଉ ଏକ ଖେଳ ଲୋକଙ୍କ ମୁଣ୍ଡବାନ୍ଧାର କାରଣ ପାଲଟିଛି । ଯଦିଓ ବ୍ଲୁ ହ୍ୱେଲ ଭଳି ଏଥିରେ କୌଣସି ଟାସ କିମ୍ବା କାହାର ଜୀବନ ନେଲା ଭଳି ନିୟମ ନାହିଁ ମାତ୍ର ଏଥିପାଇଁ କିନ୍ତୁ ଲୋକେ ଜେଲର ହାୱା ଖାଇବାକୁ ପଡିପାରେ । ଏହି ଗେମଟି ହେଉଛି ଲୁଡୋ । ଯାହାକି ଏବେ ଆପଣଙ୍କ ପାଇଁ କୌଣସି ବିପଦରୁ କମ ନୁହେଁ । ତେବେ  କିପରି ଜାଣିବା ପାଇଁ ପଢନ୍ତୁ ପୂରା ଖବର ।

 

 

ସୂଚନା ମୁତାବକ, ଲୁଡୋ ଏଭଳି ଏକ ମୋବାଇଲ ଗେମ ଯାହାକି ଲୋକଙ୍କ ପାଇଁ କେବଳ ମନୋରଂଜନ କି ଟାଇମପାସ୍ ନୁହେଁ ବରଂ ଜୁଆ ଆଡା ପାଲଟିଛି । କାରଣ ଜୁଆ ପାଇଁ ଲୋକେ ତାସ, ପୁଲ ଆଦି ଖେଳକୁ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି । ଆଉ ଏହି ଗେମରେ ସାମିଲ ହୋଇଯାଇଛି ଏହି ଲୁଡୋ ଗେମ । ତେବେ ଯୁବପୀଢି ପାଇଁ ଏହି ଗେମ୍ ଏକ କ୍ରେଜ୍ ପାଲଟିଯାଇଛି । ଯଦିଓ ଏହି ଗେମ ପାଇଁ କାହାର କୌଣସି କ୍ଷତି ଘଟିନାହିଁ ମାତ୍ର ସମସ୍ୟା ହେଲା କି କିଛି ଲୋକ ଏହି ଗେମକୁ ଜୁଆର ରୂପ ଦେବାକୁ ବସିଛନ୍ତି । ସହରର ବିଭିନ୍ନ ସ୍ଥାନରେ ଲୋକେ ଏହି ଖେଳକୁ ଖେଳୁଥିବାର ନଜୀର ରହିଛି କିଛି ସ୍ଥାନରେ ତ ଜୁଆର କାମ ମଧ୍ୟ ଏହି ଗେମ୍ ଜରିଆରେ ଚାଲିଛି । ଏହି ଗେମଟି ମୋବାଇଲରେ ରହିବା ଦ୍ୱାରା ଯୁବପିଢୀ ଅଧିକ ପ୍ରଭାବିତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି ।

 

 

ବ୍ଲୁହ୍ୱେଲ୍ ଭଳି ଲୁଡୋ ମଧ୍ୟ ସାଜିଛି ଘାତକ

 ମୋବାଇଲ ଗେମକୁ ଲୋକଙ୍କ ମନୋରଂଜନ ପାଇଁ ପ୍ରସ୍ତୁଚ କରାଯାଇଛି ହେଲେ ଅଧିକାଂଶ ସମୟରେ ଏହି ଗେମ ଲୋକଙ୍କ ପାଇଁ ଘାତକ ପାଲିଟିଛି । ଏଠାରେ ଆମେ କହି ରଖୁଛୁ କି, ବ୍ଲୁ ହ୍ୱେଲ ଗେମର ଶିକାର ହୋଇ ଅନେକଙ୍କ ଜୀବନ ଯାଇସାରିଛି ।  ତେଣୁ ଯେଭଳି ଭାବରେ ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ୍ ଛୋଟ ପିଲା ଏବଂ ଯୁବପିଢୀଙ୍କୁ ନିଜର ଶିକାର ବନାଇଥାଏ ଠିକ୍ ସେହିଭଳି ଅବସ୍ଥା ଲୁଡୋ ଖେଳିବା ଦ୍ୱାରା ଉପୁଜିଛି ।

ସୌଜନ୍ୟ: ଅମରଉଜାଲା