ଇଂଲଣ୍ଡ ବିପକ୍ଷରେ ଭାରତ ୨-୧ ସିରିଜ ବିଜୟୀ : ଚହଲ ମ୍ୟାନ ଅଫ୍ ଦି ମ୍ୟାଚ ସହ ମ୍ୟାନ ଅଫ ଦି ସିରିଜ

23

କନକ ବ୍ୟୁରୋ : ଇଂଲଣ୍ଡ ଟିମ୍ । ଶେଷରେ ୭୫ ରନରେ ମ୍ୟାଚକୁ ଜିତି ନେଲା ଟିମ୍ ଇଣ୍ଡିଆ । ଏହା ସହ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି ବିରାଟ ବାହିନୀ । ତୃତୀୟ ଟି-୨୦ ମ୍ୟାଚରେ ଟସ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା ଇଂଲଣ୍ଡ ଦଳ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ରାଇନା ଓ ଧୋନୀଙ୍କ ଅର୍ଦ୍ଧ ଶତକ ସହାୟତାରେ ୬ ଉଇକେଟ୍ ହରାଇ ୨୦୨ ରନ କରିଥିଲା ଟିମ୍ ଇଣ୍ଡିଆ ।

ଜବାବରେ ଇଂଲଣ୍ଡ ଦଳ ୧୨୭ ରନ କରି ଅଲଆଉଟ୍ ହୋଇଯାଇଥିଲା । ଚହଲ ୬ ଉଇକେଟ ହାତେଇ ଇଂଲଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ତାଙ୍କୁ ମ୍ୟାନ ଅଫି ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ୍ ଘୋଷଣା କରାଯାଇଛି । ଚହଲଙ୍କ ପୁର୍ବରୁ କୈାଣସି ଭାରତୀୟ ବୋଲର ମଧ୍ୟ ଅର୍ନ୍ତଜାତୀୟ ଟ୍ୱେନ୍ଟି ଟ୍ୱେନ୍ଟିରେ କେବେବି ୬ଟି ଉଇକେଟ ନେଇନଥିଲେ । ସେପଟେ ଧୋନୀ ମଧ୍ୟ ବୁଧବାର ନିଜ ଖେଳ ଜୀବନର ପ୍ରଥମ ଅର୍ନ୍ତଜାତୀୟ ଟ୍ୱେନ୍ଟି ଟ୍ୱେନ୍ଟି ଅର୍ଧଶତକ ଅର୍ଜନ କରିଥିଲେ । ଧୋନୀ ୩୨ ବଲରୁ ୪ ଚୈାକା ଓ ୨ଟି ଛକା ସହାୟତାରେ ନିଜ ଅର୍ଧଶତକ ପୂରଣ କରିଥିଲେ ।