ଇଂଲଣ୍ଡ ବର୍ମିଂହାମରେ ଆଜି କ୍ରିକେଟ ଯୁଦ୍ଧ ! ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା

46

କନକ ବ୍ୟୁରୋ : ଇଂଲଣ୍ଡରେ ଚାଲିଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଜି ମହାମୁକାବିଲା । ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଟକ୍କର ହେବ । ବର୍ମିଙ୍ଗହାମ ଠାରେ ଅପରାହ୍ନ ୩ଟା ବେଳେ ଏହି ମ୍ୟାଚ୍ ଖେଳାଯିବ । ସୀମାରେ ଥିବା ଉତ୍ତେଜନା ପରିସ୍ଥିତି ଯୋଗୁଁ ଦୁଇ ଦେଶ ମଧ୍ୟରେ କ୍ରିକେଟ୍ ସଂପର୍କ ଛିନ୍ନ ହୋଇଛି । ବହୁ ଦିନ ବ୍ୟବଧାନ ପରେ ଭାରତ ଓ ପାକ୍ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହେବେ । ଏହାକୁ ପ୍ରଶଂସକ କ୍ରିକେଟଯୁଦ୍ଧର ଆଖ୍ୟା ଦେଇଛନ୍ତି ।

ଏହି ହାଇଭୋଲଟେଜ୍ ମ୍ୟାଚ୍ ଦେଖିବା ପାଇଁ ବର୍ମିଙ୍ଗହାମରେ ଦୁଇ ଦେଶର ପ୍ରଶଂସକଙ୍କ ଭିଡ଼ ଜମିଛି । ଅନ୍ୟପଟେ ସାରା ବିଶ୍ୱ ମଧ୍ୟ ଏହି ମ୍ୟାଚ ଉପରେ ନଜର ରଖିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଗତ ୧୫ ମୁକାବିଲାରୁ ଭାରତ ୧୧ଟିରେ ବିଜୟୀ ହୋଇଛି । ତାଛଡା ବିଶ୍ୱକପ୍ ପରି ବଡ ମୁକାବିଲାରେ ଭାରତ କେବେ ପାକିସ୍ତାନଠାରୁ ପରାସ୍ତ ହୋଇନାହିଁ । ଅନ୍ୟପଟେ ଚାମ୍ପିଅନ୍ସ ଟ୍ରଫିରେ ୩ ମ୍ୟାଚ ଦୁଇ ଦେଶ ମଧ୍ୟରେ ହୋଇଥିବା ବେଳେ ଭାରତ ମାତ୍ର ଗୋଟିଏ ଜିତି ପାରିଛି ।

୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଧୋନିଙ୍କ ନେତୃତ୍ୱରେ ଭାରତ ଜିତି ଥିବା ବେଳେ ଏଥର ପ୍ରଥମ ଥର ପାଇଁ କୋହଲି ଦଳର ନେତୃତ୍ୱ ନେଉଛନ୍ତି । ପୁଲ୍- ବିରେ ଏହି ମ୍ୟାଚ୍ ଅନ୍ୟ ମ୍ୟାଚ୍ ପରି ବୋଲି କହିଛନ୍ତି ଭାରତୀୟ ଅଧିନାୟକ ।