ସୁଭଦ୍ରାଙ୍କୁ ଛୁଇଁ ସସପେଣ୍ଡ୍ ! ନିଳାଦ୍ରୀ ବିଜେ ସମୟରେ ଦେବୀଙ୍କ ଶ୍ରୀବିଗ୍ରହକୁ ଛୁଇଁଥିବା ପୋଲିସ୍ ଅଧିକାରୀ ନିଲମ୍ବିତ

26

କନକ ବ୍ୟୁରୋ : ସୁଭଦ୍ରାଙ୍କୁ ଛୁଇଁ ସସପେଣ୍ଡ୍ । ନିଳାଦ୍ରୀ ବିଜେ ସମୟରେ ଦେବୀ ଶୁଭଦ୍ରାଙ୍କ ଶ୍ରୀବିଗ୍ରହକୁ ଛୁଇଁଥିବା ପୋଲିସ ଅଧିକାରୀ କାର୍ଯ୍ୟରୁ ନିଲମ୍ବିତ । ପୁରୀ ଏସପିଙ୍କ ରିପୋର୍ଟ ଆଧାରରେ ବୌଦ୍ଧ ଟାଉନ ଥାନା ଆଇଆଇସି ଅମୂଲ୍ୟ କୁମାର ଧରଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ପୁରୀ ଡ୍ୟୁଟିରେ ଥିବା ବୌଦ୍ଧ ଆଇଆଇସି ଅମୂଲ୍ୟ ଧର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ସମୟରେ, ଶ୍ରୀମନ୍ଦିର ଭିତରେ ଶ୍ରୀବିଗ୍ରହଙ୍କୁ ଛୁଇଁଥିବା ଅଭିଯୋଗ ହୋଇଥିଲା ।

ପ୍ରତିହାରୀ ନିଯୋଗ ସାମ୍ନାରେ ଏହି ପୋଲିସ ଅଧିକାରୀ ଦେବୀ ସୁଭଦ୍ରାଙ୍କୁ ଛୁଇଁଥିବା ଅଭିଯୋଗ ଆଣିଥିଲେ ଜଣେ ସେବାୟତ । ଅଣସେବାୟତ ଶ୍ରୀଜୀଉଙ୍କୁ ଛୁଇଁବା ବାରଣ ଥିବାବେଳେ ପୋଲିସ ଅଧିକାରୀ କିଭଳି ସ୍ପର୍ଶକଲେ ତାକୁନେଇ ଆପତି ଉଠିବା ପରେ, ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମନ୍ଦିରରେ ଲାଗିଥିବା ସିସିଟିଭିକୁ ଯାଂଚ କରିବା ପରେ ଅମୂଲ୍ୟ ଧର ଠାକୁରଙ୍କ ଛୁଇଁଥିବା ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ପୁରୀ ଏସପି ।