ବ୍ରହ୍ମଗିରିରେ ଗର୍ଜିଲା ବିଜେଡି ! ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିକ୍ଷୋଭ କଲା ଦଳ

30

କନକ ବ୍ୟୁରୋ : ବ୍ରହ୍ମଗିରିରେ ଗର୍ଜିଲା ବିଜେଡି । ବିଧାୟକ ସଂଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜେଡି କରିଛି ବିକ୍ଷୋଭ । ଧାନର ସହାୟକ ମୂଲ୍ୟ ବୃଦ୍ଧି ଏବଂ ମହାନଦୀ ବଂଚାଅ ଦାବି ନେଇ ଶତାଧିକ ବିଜେଡି କର୍ମୀ ପୁରୀ-ସାତପଡ଼ା ରାସ୍ତାରେ ଏକ ଶୋଭାଯାତ୍ରା କରିଥିଲେ । ଯାହା ବିଡିଓଙ୍କ କାର୍ଯ୍ୟାଳୟରେ ପହଂଚିଥିଲା । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ମହାନଦୀ ପ୍ରସଙ୍ଗରେ ହସ୍ତକ୍ଷେପ ଏବଂ ଧାନର ସହାୟକ ମୂଲ୍ୟ ବୃଦ୍ଧି ଦେଇ ଏହି ଦାବିପତ୍ରରେ ଉଲ୍ଲେଖ ରହିଛି । ରାଜ୍ୟ ସରକାର ଚାଷୀଙ୍କ ହିତରେ ବିଭିନ୍ନ କାର୍ଯ୍ୟକ୍ରମ ନେଉଥିବା ବେଳେ କେନ୍ଦ୍ର ସରକାର ଚାଷୀ ମାରଣ ନୀତି ଗ୍ରହଣ କରୁଥିବା ବିଧାୟକ ସଂଜୟ ଦାସବର୍ମା ଅଭିଯୋଗ କରିଛନ୍ତି ।