ଏସିଡ଼୍ ଆକ୍ରମଣ ପୀଡ଼ିତାଙ୍କୁ ଦିଆଯିବ ମାଗଣା ଶିକ୍ଷା ! IGNOUର ସ୍ୱାଗତଯୋଗ୍ୟ ପଦକ୍ଷେପ

54

ବିଭିନ୍ନ ସମୟରେ ମହିଳା ଓ ଯୁବତୀମାନେ ଏସିଡ଼୍ ଆକ୍ରମଣ ଶିକାର ହେଉଛନ୍ତି । ଏସିଡ଼୍ ଆକ୍ରକଣ ହେବାଦ୍ୱାରା ପୀଡ଼ତା ମାନସିକ ସ୍ତରରେ ଭାଙ୍ଗି ପଡ଼ନ୍ତି । ଜୀବନସାରା ଏସିଡ଼୍  ଚିହ୍ନ ରହିବା ସହ ପୀଡ଼ିତାଙ୍କ ମନୋବଳ ଭାଙ୍ଗିଦିଏ । ଏପରିସ୍ଥଳେ ସମାଜ ମଧ୍ୟ ସେମାନଙ୍କୁ ସହଜରେ ଗ୍ରହଣ କରିପାରିନି । ଜୀବନ ଜିଇଁବା ପାଇଁ ସେମାନଙ୍କୁ ଅନେକ କଷ୍ଟ କରିବା ପାଇଁ ପଡ଼େ । ତେବେ ଇନ୍ଦିରା ଗାନ୍ଧୀ ଓପନ୍ ୟୁନିଭରସିଟି ଏସିଡ଼୍ ପୀଡ଼ିତାଙ୍କୁ ମାଗଣାରେ ଶିକ୍ଷାଦାନ କରିବା ପାଇଁ ପଦକ୍ଷେପ ନେଇଛି ।

ଇନ୍ଦିରା ଗାନ୍ଧୀ ଓପନ୍ ୟୁନିର୍ଭିଟି ( IGNOU )ଏସିଡ଼୍ ଆକ୍ରମଣ ପୀଡ଼ିତାଙ୍କ ପାଇଁ ଆଣିଛି ଭଲ ଖବର । ଲକ୍ଷ୍ନୌର Sheroes Café ରେ କାମ କରୁଥିବା ୧୦ ଜଣ ଏସିଡ଼୍ ଆକ୍ରମଣ ପୀଡ଼ିତାଙ୍କ ପାଠପଡ଼ାର ସମସ୍ତ ଖର୍ଚ୍ଚ ବହନ କରିବ IGNOU । ସମସ୍ତଙ୍କୁ ମାଗଣାରେ ମିଳିବ ଶିକ୍ଷା ।

ଆସିଷ୍ଟାଣ୍ଡ ଜେନେରାଲ ଡାଇରେକ୍ଟର କିର୍ତ୍ତି ବିକ୍ରମ ସିଂ କହିଛନ୍ତି ୟୁନିର୍ଭସିଟି ତାଙ୍କୁ ଫୁଡ଼୍ ଓ ନ୍ୟୁଟ୍ରିସନ୍ ପ୍ରୋଗ୍ରାମରେ ୬ ମାସର ସାର୍ଟିଫିକେଟ୍ କୋର୍ସର ଆଡ଼ମିଶନ୍ ଦେଇଛନ୍ତି । ସୂଚନାଯୋଗ୍ୟ IGNOU ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ନିଜ ଗୋଡ଼ରେ ଛିଡ଼ାହେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛି । ତେବେ ଯେଉଁ ମାନଙ୍କୁ ଏହି ସୁଯୋଗ ମିଳିଛି, ସେମାନେ କୃତଜ୍ଞନା ଜ୍ଞାପନ କରିଛନ୍ତି । ଦୁଇ ଜଣ ଏସିଡ଼୍ ପୀଡ଼ିତା କହିଛନ୍ତି ଖାଦ୍ୟ ବିଭାଗରେ ପଢ଼ିବା ଦ୍ୱାରା ରୋଜଗାରକ୍ଷମ ହେବା ସହ ଆମ ଭିବଷ୍ୟତ ଉଜ୍ଜଳ ହୋଇପାରିବ । ଆମେ ନିଜ ଗୋଡ଼ରେ ଛିଡ଼ା ହୋଇପାରିବୁ । ଆଉ କାହା ଉପରେ ନିର୍ଭର କରିବା ପାଇଁ ପଡ଼ିବ ନାହିଁ ।