ଭୋଟ୍ ନାହିଁ ତ ପ୍ରଶ୍ନ ନାହିଁ ! ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

34

କନକ ବ୍ୟୁରୋ : ଭୋଟ ନଦେଲେ ପ୍ରଶ୍ନ କରିବା ମନା । ଏଭଳି ଗରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ କହିଛନ୍ତି ମତଦାନ ହେଉଛି ନାଗରିକଙ୍କର ଅଧିକାର । ଏହି ଅଧିକାର ସାବ୍ୟସ୍ତ କରାଯାଇ ପାରିଲେ ଏକ ସରକାର ଗଠନର ମାର୍ଗ ପ୍ରଶସ୍ତ ହୋଇଥାଏ । ଯେଉଁମାନେ ଭୋଟ୍ ଦେଉନାହାଁନ୍ତି ସେମାନଙ୍କର ସରକାରଙ୍କ ଉପରେ କୋ÷ଣସି ଅଧିକାର ନାହିଁ ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଭୋଟ୍ ଦେଉ ନଥିବା କୋ÷ଣସି ପ୍ରସଙ୍ଗରେ ସରକାରଙ୍କୁ ଦୋଷ ଦେଇ ପାରିବେ ନାହିଁ କିମ୍ବା ପ୍ରଶ୍ନ କରି ପାରିବେ ନାହିଁ । ଦେଶରୁ ଜବର ଦଖଲ ଉଛେଦ ଲାଗି ଏକ ସାଧାରଣ ରାୟ ପ୍ରକାଶ ଲାଗି ଜଣେ ସାମାଜିକ କର୍ମୀଙ୍କ ଆବେଦନ ଉପରେ ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି । ଆବେଦନକାରୀ କେବେ ଭୋଟ୍ ଦେଇ ନଥିବା କଥା ସ୍ୱୀକାର କରିବା ପରେ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି । ପ୍ରଧାନ ବିଚାରପତି ଜଗଦୀଶ ସିଂ ଖେହରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ସବୁ କଥାରେ ସରକାରଙ୍କୁ ଦୋଷ ଦେଇ ପାରିବେ ନାହିଁ ।