ନବ ଦାସ ଆସିଲେ କ’ଣ ହେବ କିଶୋରଙ୍କ ଭାଗ୍ୟ ?

ଯଦି ନବ ଦାସ ବିଜେଡ଼ିରେ ମିଶିବା ପରେ ପୁଣି ଝାରସୁଗୁଡ଼ାରୁ ପ୍ରାର୍ଥୀ ହୁଅନ୍ତି ଏବଂ ଲଢ଼ନ୍ତି ତେବେ କିଶୋର କେଉଁଠାରୁ ଲଢ଼ିବେ ତାହାକୁ ନେଇ ରାଜନୀତି ମହଲରେ ଉଷ୍ମତା ଦେଖାଦେଇଛି ।

472

କନକ ବ୍ୟୁରୋ: ଝାରସୁଗୁଡ଼ା କଂଗ୍ରେସ ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ନବ ଦାସ ଖୁବଶୀଘ୍ର ବିଜେଡିରେ ସାମିଲ ହୋଇପାରନ୍ତି। ଯାହାକୁ  ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଝାରସୁଗୁଡ଼ାର ବିଜେଡ଼ି ନେତା କିଶୋର କୁମାର ମହାନ୍ତିଙ୍କୁ ନେଇ ମଧ୍ୟ ସ୍ଥାନୀୟ ବିଜେଡ଼ି ଶିବିରରେ କମ୍ପନ ସୃଷ୍ଟି ହୋଇଛି । କାରଣ ଗତ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସଙ୍କ ଠାରୁ ପାଖାପାଖି ୨୦ରୁ ହଜାରରୁ ଉଦ୍ଧ୍ୱର୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ବିଜେଡ଼ିର ବିଧାୟକ କିଶୋର ମହାନ୍ତିଙ୍କ ଭାଗ୍ୟ କ’ଣ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।

ଯଦି ନବ ଦାସ ବିଜେଡ଼ିରେ ମିଶିବା ପରେ ପୁଣି ଝାରସୁଗୁଡ଼ାରୁ ପ୍ରାର୍ଥୀ ହୁଅନ୍ତି ଏବଂ ଲଢ଼ନ୍ତି ତେବେ କିଶୋର କେଉଁଠାରୁ ଲଢ଼ିବେ ତାହାକୁ ନେଇ ରାଜନୀତି ମହଲରେ ଉଷ୍ମତା ଦେଖାଦେଇଛି । ତେବେ ଗତ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବା ପରେ ବିଜେଡ଼ି ବିଧାୟକ କିଶୋର ମହାନ୍ତି ନିଜର ସାଂଗଠନିକ ସ୍ଥିତିକୁ ମଜଭୁତ କରାଉଥିବା ଶୁଣିବାକୁ ମିଳିଛି । ସେପଟେ ବିଜେଡ଼ି କିଶୋରଙ୍କୁ କେଉଁ ଆସନ ବା କେଉଁଠାରୁ ପ୍ରାର୍ଥୀ କରାଇବ ତାହା ଉପରେ ଏବେ ବି ସସପେନ୍ସ ରହିଛି ।

bjd and congress on kranti divasସେପଟେ ନବ ଦାସ ଦୀର୍ଘଦିନ ଧରି ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କଂଗ୍ରେସ ପକ୍ଷରୁ ତାଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି କରାଯିବା ପରେ ଏଥିରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । କିନ୍ତୁ ଏବେ ପୁଣି ବିଜେଡ଼ର ମୋହ ନବଦାସଙ୍କୁ ଘାରିଲାଣି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ତେବେ କିଶୋର ମହାନ୍ତି ଏବଂ ନବ ଦାସଙ୍କ ମଧ୍ୟରେ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ରାଜନୀତି ଛକାପଞ୍ଝା ଲାଗି ରହିଛି । ରାଜ୍ୟସଭାରୁ ଆସି ଗତ ବିଧାନସଭା ନିର୍ବାଚନରେ ନବ ଦାସଙ୍କ ଠାରୁ ପରାଜିତ ହୋଇଥିଲେ ପଶ୍ଚିମ ଓଡ଼ିଶାର ବିଜେଡ଼ି ନେତା କିଶୋର ମହାନ୍ତି । ଏବେ ଯଦି ନବ ଦାସ ବିଜେଡ଼ିରେ ସାମିଲ ହୁଅନ୍ତି ତେବେ କିଶୋରଙ୍କ ଶିବିର ତାଙ୍କୁ ଗ୍ରହଣ କରିବେ ନା ଉଭୟ ଅଲଗା ଅଲଗା ରାସ୍ତା ଆପଣାଇବେ ତାହା ଏବେ ରାଜନୀତି ଅନ୍ଦର ମହଲର ହଟ୍ ଟପିକ୍ ପାଲଟିଛି ।