ବାତ୍ୟା ପରେ ବର୍ଷିଲେ କଂଗ୍ରେସ ନେତା ସୁର ରାଉତ ! କହିଲେ, ଠିକ୍ ଭାବରେ ପାଣି କି ବିଜୁଳି ମିଳୁନାହିଁ ରାଜଧାନୀରେ

ବାତ୍ୟା ଫୋନି ଭୁବନେଶ୍ୱରରେ ପ୍ରଳୟ କରିବାର ୭ ଦିନ ବିତିଗଲାଣି

270

କନକ ବ୍ୟୁରୋ : ବାତ୍ୟା ଫୋନି ଭୁବନେଶ୍ୱରରେ ପ୍ରଳୟ କରିବାର ୭ ଦିନ ବିତିଗଲାଣି । ଏ ପର୍ଯ୍ୟନ୍ତ ସ୍ୱାଭାବିକ ହୋଇପାରିନାହିଁ ପିଇବା ପାଣି ଓ ବିଜୁଳି ସମସ୍ୟା । ପ୍ରକୃତ କ୍ଷତିଗ୍ରସ୍ତ ଚିହ୍ନଟ ନକରି ସରକାର କେବଳ ବିପିଏଲ ପରିବାରଙ୍କୁ ଆର୍ଥିକ ସହାୟତା ଦେଉଥିବାରୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଆଜି ସଚିବାଳୟରେ ପହଂଚି ଭୁବନେଶ୍ୱର ଓ ଜଟଣୀ ବ୍ଲକରେ ବାତ୍ୟା ପ୍ରଭାବିତଙ୍କ ସମସ୍ୟା ବାବଦରେ ଜଣାଇଛନ୍ତି ସୁର । ଆଗାମୀ ତିନି ଦିନି ମଧ୍ୟରେ ସବୁ ସମସ୍ୟାର ସମାଧାନ ନକଲେ ସଚିବାଳୟ ଘେରାଉ କରିବାକୁ ଦେଇଛନ୍ତି ଚେତାବନୀ ।

ତେବେ ସୁର କହିଛନ୍ତି ଯେ, ସରକାର ବାତ୍ୟାକୁ ନେଇ ବେଶ ସଚେତନତା ଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଅନେକ ବାତ୍ୟା ପ୍ରଭାବିତ ରିଲିଫ ପାଇବାରୁ ବଞ୍ଚିତ ହୋଇଛନ୍ତି । ଖରା କାକରରେ ଶହଶହ ପରିବାର ନିଜ ପିଲାଛୁଆଙ୍କୁ ଧରି ରହୁଛନ୍ତି । ହେଲେ ତାଙ୍କୁ କୌଣସି ସୁବିଧା ମିଳୁନାହିଁ । ପାଣିର ମଧ୍ୟ ଘୋର ଅଭାବ ରହିଛି । କିନ୍ତୁ ତାହାର ବନ୍ଦୋବସ୍ତ କରାଯାଉନାହିଁ । ଯଥାଶୀଘ୍ର ତାହାକୁ ଠିକ କରାନଗଲେ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବ ବୋଲି ଶ୍ରୀରାଉଟରାୟ କହିଛନ୍ତି ।