ବିଶ୍ୱକପରେ ଶୁଭିବ ଭାରତୀୟଙ୍କ ସ୍ୱର । ଘୋଷଣା ହେଲା ୨୪ଜଣ ଭାଷ୍ୟକରଙ୍କ ନାଁ, ଜାଣନ୍ତୁ ଭାରତରୁ କିଏ କରିବେ କମେଣ୍ଟ୍ରି ।

953

କନକ ବ୍ୟୁରୋ : ପାଖଉଛି ବିଶ୍ୱକପ, ବଢୁଛି ଉତ୍କଣ୍ଠା । ଆସନ୍ତା ୩୦ ତାରିଖରୁ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ ପକ୍ଷରୁ ଭାଷ୍ୟକାରଙ୍କ ନାଁ ଘୋଷଣା କରାଯାଇଛି । ଏହା ସହ ବ୍ରଡକାଷ୍ଟ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି । ତେବେ ୪୦ ଜଣ ଭାଷ୍ୟକାରଙ୍କ ନାଁ ଘୋଷଣା କରାଯାଇଥିବା ବେଳେ, ଏହି ଲିଷ୍ଟରେ ୩ ଜଣ ଭାରତୀୟଙ୍କ ନାଁ ମଧ୍ୟ ସାମିଲ ରହିଛି । ସେମାନେ ହେଉଛନ୍ତି, ସୌରଭ ଗାଙ୍ଗୁଲି, ସଞ୍ଜୟ ମଞ୍ଜରେକର ଏବଂ ହର୍ଷ ଭୋଗଲେ ।

ଏହି ୩ ଜଣ ପ୍ୟାନେଲ ଲିଷ୍ଟରେ ରହିଥିବା ବେଳେ ଅଷ୍ଟ୍ରେଲିଆକୁ ପଞ୍ଚମ ଥର ପାଇଁ ବିଶ୍ୱକପ ଦେଇଥିବା ମାଇକେଲ୍ କ୍ଲାର୍କ ମଧ୍ୟ ଚଳିତ ବିଶ୍ୱକପରେ କମେଣ୍ଟ୍ରି କରୁଥିବାର ନଜର ଆସିବେ । ତେବେ ୩୦ ତାରିଖରୁ ବିଶ୍ୱକପ ଆରମ୍ଭ ହେଉଥିବା ବେଳେ ଜୁନ୍ ୫ ତାରିଖରେ ଦକ୍ଷିଣ-ଆଫ୍ରିକା ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍ ଖେଳିବ । ଆଉ ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ଆସନ୍ତା ଜୁନ୍ ମାସ ୧୬ ତାରିଖକୁ । ଯେତେବେଳେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦଳ ଭାରତ ଏବଂ ପାକିସ୍ତାନ ।