ଆକାଶମାର୍ଗରୁ ହରିଣ ଠାବ କରିବାକୁ ପ୍ରୟାସ: ବାଲୁଖଣ୍ଡ ପରେ କୋଣାର୍କ ଗୋଲରା ଜଙ୍ଗଲରେ ଉଡିଲା ଡ୍ରୋନ କ୍ୟାମେରା

ହରିଣ ଠାବ ନେଇ କୋଣାର୍କ ବନ ଅଧିକାରୀଙ୍କ ସୂଚନା

78

କନକ ବ୍ୟୁରୋ: ଆକାଶମାର୍ଗରୁ ହରିଣ ଠାବ କରିବାକୁ ପ୍ରୟାସ । ବାଲୁଖଣ୍ଡ ଅଭୟାରଣ୍ୟ ପରେ ଆଜି କୋଣାର୍କ ଗୋଲରା ଜଙ୍ଗଲରେ ଡ୍ରୋନ କ୍ୟାମେରା ଉଡିଛି । ସକାଳ ୪ଟାରୁ ୬ଟା ମଧ୍ୟରେ ଡ୍ରୋନ କ୍ୟାମେରା ଉଡାଇଛି ବନ ବିଭାଗ । ଡ୍ରୋନ କ୍ୟାମେରାରେ କିଛି ହରିଣଙ୍କୁ ଦେଖିବାକୁ ମିଳିଛି । ଗତକାଲି ବାଲୁଖଣ୍ଡ ଅଭୟାରଣ୍ୟରେ ମଧ୍ୟ ଆକାଶ ମାର୍ଗରୁ କିଛି ହରିଣ ବୁଲୁଥିବାର ଚିତ୍ର ଉତୋଳନ ହୋଇଥିଲା ।

ଗତ ୩ ତାରିଖ ବାତ୍ୟା ଫନି ପରେ ବନଖଣ୍ଡ ଅଭୟାରଣ୍ୟରେ ଥିବା ୪ ହଜାରରୁ ଅଧିକ ଚିତ୍ରା ହରିଣଙ୍କୁ ଦେଖିବାକୁ ମିଳିନଥିଲା । ତେଣୁ ସେମାନେ ସୁରକ୍ଷିତ ଅଛନ୍ତି ନା ନାହିଁ ସେ ନେଇ ପ୍ରଶ୍ନ ଉଠିଥିଲା । ଏହା ପରେ ବନ ବିଭାଗ ପକ୍ଷରୁ ରାତିରେ କିଛି ଯାଗାରେ କ୍ୟାମେରା ଲଗାଯାଇଥିଲା । ଏଥିରେ ହରିଣମାନେ ପାଣି ପିଇବାକୁ ଆସୁଥିବାର ଭିଁଡଓ ରେକର୍ଡ ହୋଇଥିଲା । ଏବେ ହରିଣଙ୍କ ନିଦ୍ଦିଷ୍ଟ ଠିକଣା ଠାବ ନେଇ ଡ୍ରୋନ କ୍ୟାମେରା ଉଡାଯାଇଛି ।