ବାପାଙ୍କୁ ଜେଲରେ ଭେଟି ଫସିଗଲେ ପୁଅ ! ହାଇଦରର ଦୁଇ ପୁଅଙ୍କୁ ହାତକଡି ପିନ୍ଧାଇଲା କମିଶନରେଟ ପୁଲିସ

23

କନକ ବ୍ୟୁରୋ : ସେଖ୍ ହାଇଦର । ଓଡିଶାର ନମ୍ବର ୱାନ ଗ୍ୟାଙ୍ଗଷ୍ଟର । ଗୋଟିଏ ଇସାରାରେ ହାଇଜାକ କରେ ପୁରା ସହର । ନାଁ ଶୁଣିବା ମାତ୍ରେ ଥରହର ହୋଇ ପଡନ୍ତି ସହରବାସୀ । ହାଇଦରର ଡରରେ ମାସ ମୁଣ୍ଡରେ ପହଂଚାଇ ଦିଅନ୍ତି ମଗା ଯାଇଥିବା ବଟି । ଆଉ ହାଇଦର ଜେଲ ଗଲା ପରେବି ବନ୍ଦ ହୋଇନି ଏହି ବେଆଇନ ସାମ୍ରାଜ୍ୟ । ବେଧଡକ ଚାଲିଛି ବଟି କାରବାର । କାହିଁକି ନା’ମାର୍କେଟରେ ଆକ୍ଟିଭ ଅଛନ୍ତି ହାଇଦରର ୨ ପୁଅ ସେଖ୍ ଅଜହର ଓ ସେଖ୍ ଚୁନେଇ । ଏହି ୨ ଜଣ ଏବେ ଚଳାଇଛନ୍ତି ହାଇଦରର ସାମ୍ରାଜ୍ୟକୁ ।

ଜେଲ ଭିତରେ ରହି କୋଡୱାଡରେ ଚାଲିଛି ବଟି ଆଦାୟ । କେବେ କାହାଠୁ, କେଉଁ ଯାଗାରୁ କେତେ ଟଙ୍କା ଆସିବ ଜେଲ ଭିତରେ ରହି ସେସବୁ ତାଲିକା ପ୍ରସ୍ତୁତ କରୁଥିଲା ହାଇଦର । ଆଉ ସପ୍ତାହରେ ଥରେ ଆସି ଗ୍ୟାଙ୍ଗଷ୍ଟର ବାପାକୁ ଭେଟୁଥିଲେ ଏହି ୨ ପୁଅ । ବାପାକୁ ଦେଖା କରିବାକୁ ଆiòଥିବା ଏହି ୨ ମୋଷ୍ଟ ୱାଂଟେଡଙ୍କୁ ଝାରପଡା ଜେଲ ଆଗରୁ ଗିରଫ କରିଛି କମିଶନରେଟ ପୁଲିସର ସ୍ପେସାଲ ସ୍କ୍ୱାର୍ଡ ।

ଏହି ୨ ଅଭିଯୁକ୍ତଙ୍କ ଅପରାଧୀକ ତାଲିକା ବହୁ ଲମ୍ବା । ଦାଦାବଟି, ଗୁଳିକାଣ୍ଡ ଭଳି ସଙ୍ଗୀନ ମାମଲା ରହିଛି କେନ୍ଦ୍ରାପଡା ଜିଲ୍ଲାରେ । ଗତ କିଛି ମାସ ମଧ୍ୟରେ ବଟି ନଦେବାରୁ ଲୁଗା ଦୋକାନ, ଫର୍ନିଚର ଦୋକାନରେ ଏମାନେ କରିଥିଲେ ବୋମାମାଡ । ଦାଦାବଟି ପାଇଁ ଜଣେ ମଦ୍ରାସା ଶିକ୍ଷକଙ୍କୁ ଗୁଳିମାଡ କରିଥିଲେ । ଏଭଳିକି ଏକ ହତ୍ୟାକାଣ୍ଡ ମାମଲାରେ ଚୁନେଇର  ହାତଥିବା ପୁଲିସ ସନ୍ଦେହ କରୁଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :