କେମିତି କରିବେ ବଦଳ ! ଉଠାଇ ପାରିବେ ୧୦ ହଜାର,ଅଢେଇ ଲକ୍ଷରୁ ଅଧିକ ଜମା କଲେ ଦେବାକୁ ପଡିବ ହିସାବ

43

କନକ ବ୍ୟୁରୋ : ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ଅଚଳ ନେଇ ପ୍ରଧାନମନ୍ତ୍ରୀ ଘୋଷଣାର ଦିନକ ପରେ ଆଜି ଖୋଲିଛି ବ୍ୟାଙ୍କ । ଆଜିଠାରୁ ଡିସେମ୍ବର ୩୦ ତାରିଖ ଯାଏଁ ଲୋକେ ନିଜ ଆକାଉଂଟରେ ପୁରୁଣା ଟଙ୍କାକୁ ଜମା କରିପାରିବେ । ତେବେ କେମିତି କରିବେ ପୁରୁଣା ଟଙ୍କା ବଦଳ ଓ ଜମା । ନିଜର ପରିଚୟ ପତ୍ର ଦେଇ ଦିନକୁ ୪ ହଜାର ପୁରୁଣା ନୋଟ୍ କରିପାରିବେ ବଦଳ ଗ୍ରାହକ ।

ସେହିଭଳି ଦିନକୁ ଜଣେ ବ୍ୟକ୍ତି ନିଜ ଆକାଉଂଟରୁ ସର୍ବାଧିକ ୧୦ ହଜାର ଟଙ୍କା ଉଠାଇ ପାରିବେ । ସପ୍ତାହକୁ ୨୦ ହଜାର ଟଙ୍କା ଉଠାଇବାର ବ୍ୟବସ୍ଥା ରହିଛି । ଅଢେଇ ଲକ୍ଷରୁ ଅଧିକ ଜମା କଲେ ଦେବାକୁ ପଡିବ ହିସାବ । ଖାତାଧାରୀ ଆୟବ୍ୟୟର ହିସାବ ଦେବେ । ସେଥିରେ ତାଳମେଳ ନରହିଲେ ୨ଶହ ପ୍ରତିଶତ ଜରିମାନା ଦେବାକୁ ପଡିବ ।