ବୈଜୟନ୍ତଙ୍କ ବନ୍ଧୁଙ୍କ ବିରୋଧରେ କ’ଣ ହେବ କାର୍ଯ୍ୟାନୁଷ୍ଠାନ ? ଗଠନ ହେଲା ଗୃହ କମିଟି ।

32

କନକ ବ୍ୟୁରୋ: ଓଡିଶା ସମ୍ପର୍କରେ ଅଭିଜିତ ଆୟାର ମିତ୍ରାଙ୍କ ଅଶାଳୀନ ମନ୍ତବ୍ୟ ନେଇ ଗଠନ ହେଲା ଗୃହ କମିଟି । ଅଭିଜିତଙ୍କ ମନ୍ତବ୍ୟକୁ ନେଇ ଏହି ଗୃହ କମିଟି ତଦନ୍ତ କରିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ୬ ଜଣିଆ ଗୃହ କମିଟି । ଏହି କମିଟିରେ ଅଧ୍ୟକ୍ଷତା ନରସିଂହ ମିଶ୍ର, ଅରୁଣ ସାହୁ, ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା ଏବଂ କେ.ଭି ସିଂଦେଓଙ୍କ ଭଳି ସଦସ୍ୟ ରହିଛନ୍ତି । ତେବେ ଆସନ୍ତା ବିଧାନସଭା ଅଧିବେସନର ପ୍ରଥମ ଦିନରେ ହିଁ ଏହି ଗୃହ କମିଟି ଅଭିଜିତ ଆୟର ମିତ୍ରଙ୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ ବୋଲି ନିଷ୍ପତି ହୋଇଛି ।

narasingh mishraତେବେ ଗତ କିଛି ଦିନ ହେବ ଓଡ଼ିଶାର କଳା ସଂସ୍କୃତିକୁ ନେଇ ବିବାଦୀୟ ମନ୍ତବ୍ୟ ରଖି ଭିଡ଼ିଓ ଜାରି କରି ବିବାଦରେ ଛନ୍ଦି ହୋଇପଡିଛନ୍ତି ଅଭିଜିତ ଆୟ । ଏହପରେ ଓଡ଼ିଶାର ବିଧାୟକମାନଙ୍କୁ ବୋକା କହିବା ପୁଣି ବିବାଦକୁ ଅଧିକ କ୍ରୀୟାଶୀଳ କରି ଦେଇଛି । ଯାହାକୁ ନେଇ ବିଧାନସଭାରେ ଝଡ ଉଠିଥିଲା । ବିଧାନସଭା ଅଧିବେଶନର ଶେଷ ଦିନରେ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଶ୍ନକାଳକୁ ବାତିଲ କରିଥିଲେ ବାଚସ୍ପତି ।

kv singhବିରୋଧୀ ଦଳ ନେତା ନରସିଂହ ମିଶ୍ର ସ୍ୱାଧୀକାର ଭଙ୍ଗ ନୋଟିସ ଆଣି ଅଭିଜିତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ବିରୋଧୀ ଦଳ ନେତା ସ୍ୱାଧିକାର ଭଙ୍ଗ ନୋଟିସ ଆଣିବା ପରେ ଏକାଠି ହୋଇଛନ୍ତି ତିନି ରାଜନୈତିକ ଦଳ । ନୋଟିସକୁ ଗୃହରେ ବିଜେପି ଓ ବିଜେଡି ମଧ୍ୟ ସମର୍ଥନ କରିଛନ୍ତି । କୋଣାର୍କ, ଓଡିଆ ଜାତି ଓ ଜଗନ୍ନାଥଙ୍କ ସମ୍ପର୍କରେ ମନ୍ତବ୍ୟ ଦେବାକୁ ଅଭିଜିତ ଆୟାରଙ୍କୁ କିଏ ଅଧିକାର ଦେଲା ବୋଲି ସଦସ୍ୟମାନେ ପ୍ରଶ୍ନ କରିଛନ୍ତି । ବିରୋଧୀ ଦଳ ନେତା ଆଣିଥିବା ନୋଟିସକୁ ବିଜେପି ସମର୍ଥନ କରିବା ସହ ଆୟରଙ୍କୁ ସମନ କରିବା ପାଇଁ ଦାବି କରିଥିଲେ । ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ । ଶେଷରେ ଅଭିଜିତ ଆୟାରଙ୍କ ଉପରେ କେଉଁ ଭଳି ଏବଂ କେମିତି କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ନେଇ ଗୃହ କମିଟି ଗଠନ କରାଯାଇଛି । ଯାହାକି ଆସନ୍ତା ମୌସୁମୀ ଅଧିବେସନର ପ୍ରଥମ ଦିନରେ ଅଭିଜିତଙ୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ ।