ରେଳବାଇ ବଢାଇଲା ଦର ! ଏଣିକି ଟ୍ରେନରେ ଦିଆଯାଉଥିବା ଚାହା ଓ କଫିର ମୂଲ୍ୟ ୧୦ ଟଙ୍କା ।

29

ଟ୍ରେନରେ ପରିବେଷଣ କରାଯାଉଥିବା ଚା ଓ କଫିର ମୂଲ୍ୟ ୭ ଟଙ୍କାରୁ ୧୦ ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରେଳବାଇ । ରେଳରେ ଦିଆଯାଉଥିବା ମିଲସର ତରିଫ୍ ଓ ମେନୁକୁ ସମୀକ୍ଷା କରିବା ପରେ ଇଣ୍ଡିଆନ୍ ରେଲୱେ କ୍ୟାଟେରିଙ୍ଗ୍ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ ନୂତନ ମୂଲ୍ୟ ବୃଦ୍ଧି କଥା ଘୋଷଣା କରିଛି ।

ସେପ୍ଟେମ୍ବର ୧୮ ତାରିଖରେ ରେଳବାଇ ବୋର୍ଡ ଇସ୍ୟୁ କରିଥିବା ସର୍କ୍ୟୁଲାର୍ରେ ଉଲ୍ଲେଖ ଅଛି: ଚା ଓ କଫିର ମୂଲ୍ୟ ସଂଶୋଧିତ ହୋଇ କପ୍ ପିଛା ୧୦ଟଙ୍କାରେ ଧାର୍ଯ୍ୟ କରାଗଲା । କିନ୍ତୁ, ଷ୍ଟାଣ୍ଡାଡର୍ ଚା ( ଡିପ୍ ଚା ନୁହେଁ) ୫ ଟଙ୍କାରେ ମିଳିବ । ସେହି ଅନୁସାରେ ଲାଇସେନ୍ସର ଦର ପରିବର୍ତ୍ତନ କରି ଆବଶ୍ୟକ ଅନୁସାରେ ଦର୍ ନିର୍ଦ୍ଧାରଣ କରିବାକୁ ବୋର୍ଡ କହିଛି ।

ପେଣ୍ଟ୍ରି କାର୍ ଥିବା ପ୍ରାୟ ୩୫୦ ଟ୍ରେନରେ ଆଇଆରସିଟିସି କାର୍ଟର୍ କରୁଛି। ରାଜଧାନୀ ଓ ଶତାବ୍ଦୀ ଟ୍ରେନରେ ଖାଦ୍ୟ ପ୍ୟାକେଟ୍ ପ୍ରିପେଡ୍ ଥିବାରୁ ତାହାର ମୂଲ୍ୟ ପରିବର୍ତ୍ତନ କରାଯିବ ନାହିଁ । ଭେଣ୍ଡର୍ ମାନେ କଫି ଓ ଚା’ର ମୂଲ୍ୟ ଠାରୁ ଅଧିକ ମୂଲ୍ୟ ନେଉଛନ୍ତି ବୋଲି ଅଭିଯୋଗ ହେବାରୁ ରେଳବାଇ ବୋର୍ଡ ଦାମ୍ ସଂଶୋଧନ କଲା ବୋଲି କୁହାଯାଉଛି ।