ଘରକୋଣରେ ଲୁଚିରହିଛି ମୃତ୍ୟୁ ! ଏଭଳି ଉପାୟରେ ନିଜର ସୁରକ୍ଷା କରନ୍ତୁ ।

141

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ, ପ୍ରତିବର୍ଷ ଭାରତରେ ପ୍ରାୟ ୪୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘରର ପ୍ରଦୂଷିତ ବାୟୁ ଯୋଗୁଁ ହୋଇଥାଏ । ଘରୁ ବାହାରକୁ ଯିବା ସମୟରେ ବାହାରର ଧୂଆଁ,ଧୂଳି ଏବଂ ବାୟୁ ପ୍ରଦୂଷଣ ଶରୀର ପ୍ରତି ହାନୀକାରକ ହୋଇଥାଏ । କିନ୍ତୁ ବାହାରର ପ୍ରଦୂଷଣ ଠାରୁ ଘରେ ଥିବା ପ୍ରଦୂଷଣ ଅଧିକ କ୍ଷତିକାରକ । କିନ୍ତୁ ଆମେ ଏହା ପ୍ରତି କେବେ ଧ୍ୟାନ ଦେଇନଥାଉ,ଯାହା ଫଳରେ ଅନେକ ରୋଗ ଆମକୁ ଗ୍ରାସ କରିଥାଏ ।

ଭାରତୀୟ ଘରମାନଙ୍କରେ ଖାଇବା ଘରେ ହିଁ ପ୍ରସ୍ତୁତ କରାଯାଇଥାଏ ଏବଂ ପ୍ରଦୂଷିତ ବାଷ୍ପ ବାହାରକୁ ଯିବା ପାଇଁ ସେଭଳି କିଛି ସୁବିଧା ନଥାଏ । ଏହାର କାରଣବଶତଃ,ଧୂଳି,ଧୂଆଁ ଘର କୋଣରେ ରହି ବିଭିନ୍ନ ରୋଗ ବ୍ୟାପିଥାନ୍ତି । ଘରରେ ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରଦୂଷଣ ଆମ ଆଖି,କାନ,ନାକ ଏବଂ ଗଳା ଉପରେ ପ୍ରଭାବ ପକାଇଥାନ୍ତି । ଯେଉଁଥିରେ ଆଖି ଜଳାପୋଡା ହେବା,ମୁଣ୍ଡବ୍ୟଥା,ମୁଣ୍ଡ ବୁଲାଇବା,ଥକ୍କାପଣ,ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଉପୁଜିବା ଭଳି ସମସ୍ୟା ଦେଖାଯାଏ । ଯଦି ଆପଣ ଲଗାତାର ଘରୋଇ ପ୍ରଦୂଷଣର ଶିକାର ହୋଇଥାନ୍ତି । ତେବେ ହୃଦରୋଗ ଏବଂ କ୍ୟାନ୍ସର ହେବାର ସମସ୍ୟା ଅଧିକ ବଢିଯାଏ ।

ଘରର କବାଟ-ଝରକା ଖୋଲନ୍ତୁ :

ଅଧିକାଂଶ ଲୋକ ମଶା ଏବଂ ମାଛିଙ୍କ କବଳରୁ ରକ୍ଷା ପାଇବା ପାଇଁ ଘରେ ମଶାଧୂପ ଲଗାଇ କବାଟ-ଝରକାକୁ ବନ୍ଦ କରିଥାନ୍ତି । କିନ୍ତୁ ଏହା ବେଳେବେଳେ ଜୀବନ ଘାତକାରୀ ସାଜିଥାଏ । କବାଟ- ଝରକା ବନ୍ଦ କରିବା ଦ୍ୱାରା ଘରର ପ୍ରଦୂଷିତ ବାୟୁ ବାହାରକୁ ଯାଇପାରିନଥାଏ । ଏହି ପ୍ରଦୂଷିତ ବାୟୁ ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଶରୀରକୁ ଯାଇଥାଏ । ତେବେ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ସବୁବେଳେ କବାଟ- ଝରକାକୁ ବନ୍ଦ ନରଖି ଖୋଲା ରଖନ୍ତୁ । ଘରର ପ୍ରଦୂଷଣକୁ କମ୍ କରିବା ପାଇଁ ଏଡଜଷ୍ଟ୍ ଫ୍ୟାନ୍ ଚଲାଇବା ଦରକାର । ଘରେ ଧୂମପାନ କରିବା ଅଭ୍ୟାସକୁ ଛାଡନ୍ତୁ । ଘରେ ବିଷାକ୍ତ ଗ୍ୟାସର ଛାଡୁଥିବା ଉପକରଣ ଯେଭଳି ଫ୍ରିଜ୍,ଏ.ସି ଆଦିକୁ ସମୟେ ସମୟେ ସର୍ଭିସ ଦେଇଥାଏ । ଚଟାଣକୁ ନିୟମିତ ସଫା କରିବା ସହ ନିୟମିତ ଘର ସାମଗ୍ରୀକୁ ମଧ୍ୟ ସଫା ରଖନ୍ତୁ । ଘରର କୋଣ ଏବଂ ଫର୍ଣ୍ଣିଚରକୁ ମଧ୍ୟ ଲଗାତାର ସଫା କରନ୍ତୁ । ଘରେ କୀଟନାଶକ ଉତ୍ପାଦର କମ୍ ଉପଯୋଗ କରନ୍ତୁ ।

ଘରେ ଗଛ ଲଗାନ୍ତୁ :

ଘରକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଗଛ ଲଗାନ୍ତୁ ଏବଂ ଲଗାତାର ପାଣି ଦିଅନ୍ତୁ । ଏହାଦ୍ୱାରା ଘରେ ପ୍ରଦୂଷଣରୁ ମୁକ୍ତ ରହିବା ସହ ସୁନ୍ଦର ମଧ୍ୟ ଦେଖାଯିବ । ବିଭିନ୍ନ ପ୍ରକାର ଫୁଲଗଛ ଏବଂ ମନିପ୍ଲାଣ୍ଟ ଘରେ ଲଗାନ୍ତୁ ।