ଦେଢ଼ ବର୍ଷ ପର୍ଯ୍ୟନ୍ତ ଘରେ ବନ୍ଦ ଥିଲେ ହନି ସିଂହ ! ଲୋକଙ୍କୁ ଦେଖିଲେ କରୁଥିଲେ ଭୟ

58

କିଛି ସମୟ ପୂର୍ବରୁ ବଲିଉଡକୁ ଜଣେ ପପ୍ ସିଙ୍ଗର ଆସିଲେ ଓ ଅତି କମ୍ ଦିନରେ ଖୁବ୍ ଲୋକପ୍ରିୟ ହୋଇଯାଇଥିଲେ । ପ୍ରାୟ ସମସ୍ତଙ୍କ ମୁହଁରେ ତାଙ୍କର ଗୀତ ଶୁଣିବାକୁ ମିଳୁଥିଲା । ଖାସ୍ କରି ଯୁବପିଢୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲେ ଏହି ସିଙ୍ଗର୍ । କିନ୍ତୁ ଅଚାନକ୍ ସେ ଗାୟବ ହୋଇଗଲେ ଏବଂ ପ୍ରଶଂସକଙ୍କୁ ତାଙ୍କର କୌଣସି ଖୋଜ୍ ଖବର ମିଳିଲା ନାହିଁ । ସେହି ଲୋକପ୍ରିୟ ଗାୟକ ହେଉଛନ୍ତି ହନି ସିଂ । ହେଲେ ସେ କାହିଁକି ହଠାତ୍ ଗାୟବ ହୋଇଯାଇଥିଲେ ସେ ନେଇ ମୁହଁଖୋଲିଛନ୍ତି ।

ହନି ସିଂଙ୍କ ଜନ୍ମ ୧୫ ମାର୍ଚ୍ଚ ୧୯୮୩ରେ ପଞ୍ଜାବର ହୋସିଆରପୁରର ଏକ ଶିଖ୍ ପରିବାରରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ହେଲା ହିରଦେଶ ସିଂ । ହନି ସିଂ ଗୀତ ଗାଇବାକୁ ବହୁତ ଭଲ ପାଉଥିଲେ । ଏଥିପାଇଁ ଲଂଡନ ମିନିଷ୍ଟ୍ରି ସ୍କଲରେ ମ୍ୟୁଜିକ କୋର୍ସ କରିଥିଲେ । ପରେ ହନି ସିଂଙ୍କ ପରିବାର ପଞ୍ଜାବରୁ ଦିଲ୍ଲୀ ପଳାଇ ଆସିଲେ । ନିଜ ପ୍ରଶଂସକଙ୍କୁ ହନି ସିଂ ଦେଶୀ ଓ ଇଂରାଜୀ ଉଭୟ ଗୀତରେ ନଚାଉଥିଲେ । ତାଙ୍କର ଗୀତ ଗାଇବାର ନୂଆ ଶୈଳୀ ଓ ରାପ କରିବାର ଶୈଳୀକୁ ଲୋକେ ବେଶ୍ ପସନ୍ଦ କରୁଥିଲେ । ସେ ଯେଉଁ ବି ଗୀତ ବୋଲୁଥିଲେ ସବୁ ହିଟ ହୋଇଯାଉଥିଲା । କିନ୍ତୁ ୨୦୧୪ରେ ହିଁ ହଠାତ୍ ହନି ସିଂ ଗାୟବ ହୋଇଗଲେ ।

ତାଙ୍କ ବିଷୟରେ ଅନେକ ଖବର ଶୁଣିବା ପାଇଁ ମିଳିଲା । କୁହାଗଲା ହନି ସିଂଙ୍କୁ ଡ୍ରଗ୍ସ ଓ ନିଶାର ଅଭ୍ୟାସ ହୋଇଯାଇଛି । ସେଥଇରୁ ମୁକ୍ତି ପାଇବା ପାଇଁ ସେ ଚିକିତ୍ସିତ ହେଉଛନ୍ତି । ଆଉ ଏକ ଖବର ଆସିଥିଲା ଯେଉଁଠି ଶୁଣଇବା ପାଇଁ ମିଳିଲା ଯେ ବଲିଉଡ଼ କିଙ୍ଗ ଖାନ୍ ତାଙ୍କୁ ଥାପଡ଼ ମାରିଛନ୍ତି । ଏପରିକି ଏକ ଫଟୋ ଭାଇରାଲ୍ ହୋଇଥିଲା ଯେଉଁଥିରେ ଦେଖିବାକୁ ମିଳିଥିଲା ଡାକ୍ତରଖାନାରେ ହନି ସିଂହ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ତେବେ ଗୁଜବକୁ ମିଛ ବୋଲି ପ୍ରମାଣିତ କରି ପ୍ରକୃତ ଘଟଣା ସମସ୍ତଙ୍କ ସାମ୍ନାଙ୍କୁ ଆଣିଲେ ହନି ସିଂଙ୍କ ପତ୍ନୀ ଶାଲିନୀ । କହିଥିଲେ ଶାହାରୁଖ୍ କେବେ ବି ହନିଙ୍କୁ ମାରିନାହାଁନ୍ତି । ବରଂ ସେମାନେ ଭଲ ବନ୍ଧୁ । ତେବେ ହନି ସିଂହ ବାଇପୋଲର୍ ଡିଜଅର୍ଡରରେ ପୀଡିତ ଥିଲେ । ସେଥିପାଇଁ ୧୮ ମାସ ନିଜର ନୋଏଡାସ୍ଥିିତ ଘରେ ରହୁଥିଲେ । ଏପରିକି ଏହି ରୋଗରୁ ଭଲ ହେବା ପାଇଁ ସେ ୪ଟି ଡାକ୍ତର ମଧ୍ୟ ବଦଳାଇଥିଲେ । ହେଲେ ତାଙ୍କ ଉପରେ କୌଣସି ଔଷଧ କାମ କରୁନଥିଲା ।

ଉଲ୍ଲେଖଯୋଗ୍ୟ, ବାଇପୋଲର୍ ଡିଜଅଡର୍ ଏକ ପ୍ରକାର ମାନସିକ ରୋଗ ଯାହା ଏକ ପ୍ରକାର ଡିପ୍ରେସନ୍ । ଏହି ରୋଗରେ ପୀଡିତ ବ୍ୟକ୍ତି ଅତ୍ୟଧିକ ଖୁସି ହୋଇଥାଏ କିମ୍ବା ଅତ୍ୟଧିକ ଦୁଃଖୀ । ଆଉ ହନି ସିଂହ ଏହି ରୋଗର ଶିକାର ଥିଲେ । ତେବେ ହନି ସିଂହ କୁହନ୍ତି ଏହି ଗୋଟିଏ ବର୍ଷ ତାଙ୍କ ପାଇଁ ଖୁବ୍ ଭୟଙ୍କର ଏବଂ ଯନ୍ତ୍ରଣା ଦାୟକ ଥିଲା । କାରଣ ଯେଉଁଠି ସେ ହଜାର ହଜାର ଲୋକଙ୍କ ସମ୍ମୁଖରେ ପରଫର୍ମ କରୁଥିଲେ ରୋଗର ଶିକାର ହେବା ପରେ ୪ ଜଣଙ୍କୁ ସାମ୍ନା କରିବାକୁ ଭୟ କରୁଥିଲେ । ଏବେ କିନ୍ତୁ ହନି ସିଂହ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆଉ ନିଜ କ୍ୟାରିୟରକ ଫୋକସ୍ କରୁଛନ୍ତି । ଖୁବ୍ ଶୀଘ୍ର ତାଙ୍କର କିଛି ଆଲବମ୍ ରିଲିଜ୍ ହେବାକୁ ଯାଉଛି ।