ଜଷ୍ଟିସ ସି.ଆର ଦାଶଙ୍କ ଘରେ ସିବିଆଇ ପଶିବା ମାମଲା ! କେନ୍ଦ୍ର, ରାଜ୍ୟ ଓ ସିବିଆଇ ସମେତ ସବୁ ପକ୍ଷଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ

36

କନକ ବ୍ୟୁରୋ : ବିଚାରପତିଙ୍କ ଘରେ ରାତି ଅଧିଆ ସିବିଆଇ ଅଫିସର ପଶିବା ମାମଲା । ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାରେ ସମସ୍ତ ପକ୍ଷଙ୍କୁ ନୋଟିସ କଲେ ହାଇକୋର୍ଟ । କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ସିବିଆଇ ସମେତ ସବୁ ପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି କୋର୍ଟ । ରାତି ଅଧରେ କାହା ଅନୁମତିରେ ଓ କାହିଁକି ପଶିଥିଲେ ତାର କାରଣ ଦର୍ଶାଇବା ପାଇଁ ନୋଟିସ ହୋଇଛି । ଅକ୍ଟୋବର ୧୬ ତାରିଖରେ ମାମଲା ପରବର୍ତୀ ଶୁଣାଣି ହେବ । ଜଷ୍ଟିସ ସି. ଆର ଦାଶଙ୍କ ଘରେ ରାତି ଅଧରେ ପଶିଥିଲେ ସିବିଆଇ । ଯାହାକୁ ନେଇ ସିବିଆଇ ବିରୋଧରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ।

odisha high courtବିଚାରପତିଙ୍କ ଘରେ ସିବିଆଇ ପଶିବା ଘଟଣାକୁ ନେଇ ବୁଧବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲା ହାଇକୋର୍ଟ ବାର୍ ଆସୋସିଏସନ୍ । ଆଜି ହାଇକୋର୍ଟ ଏନେଇ ହୋଇଥିବା ଜନସ୍ୱାର୍ଥ ମାମଲାରେ ସବୁ ପକ୍ଷଙ୍କୁ ନୋଟିସ କରିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଛି ବାର ଆସୋସିଏସନ । ତେବେ ଅଗଷ୍ଟ ୧୬ରେ ପରବର୍ତ୍ତୀ ମାମଲାରୁ ଶୁଣାଣି ପରେ ଆଗଷ୍ଟ ୧୯ରେ ବାର ଆସୋସିଏସନ୍ ଆନ୍ଦୋଳନର ପରବର୍ତୀ ନିଷ୍ପତି ନେବ ।
ସେପଟେ ବିଚାରପତିଙ୍କ ଘରେ ପଶିଥିବା ସିବିଆଇ ଅଧିକାରୀଙ୍କ ତାଲିକା ମାଗିଛି ପୋଲିସ । କାହା ନେତୃତ୍ୱରେ ଆସିଥିଲା ଟିମ୍? ଟିମ୍ରେ ଥିବା ଅଧିକାରୀ କେଉଁ ର୍ୟାଙ୍କର? ଏବଂ ସମସ୍ତଙ୍କ ନାଁ ଓ ଫୋନ୍ ନମ୍ବର ଦେବାକୁ ସିବିଆଇକୁ ଚିଠି ଲେଖିଛି ଓଡିଶା ପୋଲିସ । ବିଚାରପତିଙ୍କ ବାସଭବନରେ ପଶିଥିବା ସିବିଆଇର ସମସ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି । ବିଚାରପତି ସିଆର୍ ଦାଶଙ୍କ ବାସଭବନରେ ନିୟୋଜିତ ଦୁଇ ସୁରକ୍ଷାକର୍ମୀଙ୍କ ଧାରା ୧୬୧ରେ ବୟାନ ରେକର୍ଡ ହୋଇଛି । ଆଗକୁ ଧାରା ୧୬୪ରେ ବୟାନ ରେକର୍ଡ କରାଯିବ ବୋଲି ପୋଲିସ କହିଛି ।