ଭାରତର ସର୍ଜିକାଲ ଅପରେସନ ପରେ ରାଜ୍ୟର ୮ଟି ସହରରେ ହାଇଆଲର୍ଟ ଜାରି

43

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭାରତର ସର୍ଜିକାଲ ଅପରେସନ ପରେ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ରାଜ୍ୟର ୮ଟି ସହରରେ ହାଇଆଲର୍ଟ ଜାରି କରାଯାଇଛି । ଏୟାର ପୋର୍ଟ, ବସ୍ ଷ୍ଟାଣ୍ଡ ଓ ଷ୍ଟେସନରେ ହାଇଆଲର୍ଟ ଜାରି କରାଯାଇଛି । ସମସ୍ତ ପ୍ରବେଶ ପଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କେନ୍ଦ୍ର ଗୁଇନ୍ଦା ବିଭାଗ ସୂଚନର ଆଧାରରେ ହାଇଆଲର୍ଟ ଜାରି କରାଯାଇଥିବା ନେଇ ପୁଲିସ ଡିଜି କେ.ବି ସିଂହ ସୂଚନା ଦେଇଛନ୍ତି ।