ତାତିରେ ସିଝୁଛି ଓଡିଶା । ୪୦ ଡିଗ୍ରୀ ଉପରେ ୧୩ଟି ସହର ।

194

କନକ ବ୍ୟୁରୋ : ରାଜ୍ୟରେ ଗୋଟିଏ ପଟେ ବାତ୍ୟାକୁ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଅନ୍ୟ ପଟେ ତାତିରେ ସିଝୁଛି ଓଡିଶା । ୧୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଛି ଏବଂ ଏଠାରେ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡରେ ଆଜି ୪୪.୫ ଡିଗ୍ରୀ ତାପମାତ୍ରା ଥିବା ଜଣାପଡିଛି ।

ଅନ୍ୟପଟେ ଆସନ୍ତାକାଲି ପାଇଁ ଆଭ୍ୟନ୍ତରୀଣ ଓଡିଶାରେ ୧୦ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଏହି ତାଲିକାରେ ଭଦ୍ରକ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, କନ୍ଧମାଳ, ସୋନପୁର, ବରଗଡ, ବଲାଙ୍ଗିର ଓ କଳାହାଣ୍ଡି ରହିଛି । ଦୁଇ ଦିନ ପରେ ସ୍ଥିତିରେ ସୁଧାର ଆସିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।