ମୃତଦେହ ସହ ଦୁଷ୍କର୍ମ ! ୬ ବର୍ଷର ଶିଶୁକୁ ହତ୍ୟା କରି ମୃତଦେହ ସହ ଦୁଷ୍କର୍ମ କଲା ଅଭିଯୋଗ

497
ଉତ୍ତରାଖଣ୍ଡର ଶ୍ୟାମପୁରରେ ଘଟିଛି ଏକ ଅମାନବିକ ଘଟଣା । ଏହି ଅଞ୍ଚଳରେ ଏକ କୁକଡାଫାର୍ମରେ କାମ କରୁଥିବା ଜଣେ ଯୁବକ ୬ବଷୀୟ ଶିଶୁକୁ ହତ୍ୟା କରିବା ସହ ମୃତଦେହ ସହିତ ଦୁଷ୍କର୍ମ କରିଥିଲା ବୋଲି କହିଛି ପୁଲିସ । ଘଟଣାର ତଦନ୍ତ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି । ରିପୋର୍ଟ ଆସିବା ପରେ ମାମଲାକୁ ନେଇ ଅଧିକ ତଦନ୍ତ କରାଯିବ ବୋଲି କହିଛି ପୁଲିସ ।

ପୁଲିସ ଦେଇଥିବା ସୂଚନା ମୁତାବକ, ଶୁକ୍ରବାର ପୀଡ଼ିତା ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ହଠାତ୍‌ ନିଖୋଜ ହୋଇ ଯାଇଥିଲେ । ଏହି ଘଟଣା ଘଟିବା ସମୟରେ ପୀଡ଼ିତାଙ୍କ ମାତା-ପିତା ଚାଷ ଜମିରେ କାମ କରୁଥିଲେ । ଏ ନେଇ ଖବର ଦିଆଯିବା ପରେ ପଚରାଉଚରା ଆରମ୍ଭ କରିଥିଲା ପୁଲିସ । ଯାହା ପରେ ପାଖ କୁକୁଡ଼ା ଫାର୍ମର ସିକ୍ୟୁରିଟି ଗାର୍ଡ ଚକୋଲେଟର ଲୋଭ ଦେଖାଇ ପୀଡ଼ିତାଙ୍କୁ ଜଙ୍ଗଲ ମଧ୍ୟକୁ ନେଇ ଯାଇଥିବା ଜଣା ପଡ଼ିଥିଲା । ପୀଡ଼ିତା ଜୋରରେ ପାଟି କରିବାରୁ ଅଭିଯୁକ୍ତ ତାଙ୍କୁ ହତ୍ୟା କରିବା ସହ ମୃତଦେହ ସହ ଦୁଷ୍କର୍ମ କରି ସେଠାରୁ ଫେରାର ହୋଇ ଯାଇଥିଲେ । ପରଦିନ ସକାଳେ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର ହେବା ସହ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ ।