ପାଣି ପାଇଁ ଗୋଷ୍ଠି ସଂଘର୍ଷ : ମହାରାଷ୍ଟ୍ର ଔରଙ୍ଗାବାଦରେ ପାନୀୟ ଜଳକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଉତ୍ତେଜନା । ଜଣେ ମୃତ, ୨୫ ଆହତ, ୧୪୪ ଧାରା ଜାରି

42

କନକ ବ୍ୟୁରୋ : ମହାରାଷ୍ଟ୍ର ଔରଙ୍ଗାବାଦରେ ପାଣି ପାଇଁ ଗୋଷ୍ଠୀ ସଂଘର୍ଷ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଯିବା ପରେ ଘଟଣା ସାଂପ୍ରଦାୟିକ ହିଂସାର ରୂପ ନେଇଛି । ଏହି ଗଣ୍ଡଗୋଳ ଓ ମାରପିଟରେ ଜଣେ ପ୍ରାଣ ହରାଇଥିବାବେଳେ ୧୫ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଛନ୍ତି । ରାଜ୍ୟର ଗୃହମନ୍ତ୍ରୀ ଲୋକଙ୍କୁ ଶାନ୍ତିର ଅପିଲ କରିବା ସହ ଗୁଜବକୁ ଦୃଷ୍ଟି ନଦେବାକୁ କହୁଛନ୍ତି । ହିଂସା ବେଳେ ପ୍ରାୟ ୩୦ରୁ ୪୦ ଦୋକାନ ଘରେ ନିଆଁ ଲଗାଇଦେଇଛନ୍ତି ଦୁର୍ବତ୍ତ ।

ପୋଲିସ ଘଟଣା କଣ ପାଇଁ ଘଟିଲା ତାର ପ୍ରକୃତ କାରଣ ଜଣାପଡିନାହିଁ । ତେବେ ବେଆଇନ ଭାବେ ଲାଗିଥିବା ପାଣି ପାଇପକୁ ନେଇ ଏଭଳି ସଂଘର୍ଷ ହୋଇଥିବା କୁହାଯାଉଛି । ଏବେ ବି ଔରଙ୍ଗାବାଦରେ ଉତ୍ତେଜନା ଜାରି ରହିଛି । ପୁରୁଣା ଔରଙ୍ଗାବାଦ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ଗତକାଲି ଦୁଇଗୋଷ୍ଠ ମଧ୍ୟର ସଂଘର୍ଷ ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଲୋକେ ପୋଲିସ ଉପରେ ପଥରମାଡ କରିଥିଲେ । ପ୍ରତିବଦଳରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ତା ସତ୍ୱେ ବି ପରିସ୍ଥିତି ଶାନ୍ତ ହୋଇନାହିଁ ।