କନକ ବ୍ୟୁରୋ : ପୁଣି ଲୁଟେରାଙ୍କ ଟାର୍ଗେଟରେ ଏଟିଏମ । ଇଣ୍ଡିଆନ ଓଭରସିଜ ଏଟିଏମରୁ ୧୨ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ । ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ମୂଳିସିଂ ସହର ହାଟ ନିକଟରେ ଘଟିଛି ଏହି ଘଟଣା । ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ୍ ଏଟିଏମରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଏଟିଏମ୍ରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଜାଣିବା ପରେ ବ୍ୟାଙ୍କ ମ୍ୟାନେଜର ତିର୍ତୋଲ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

Advertisment

publive-image