ଫେସବୁକରେ ହୃଦୟସ୍ପର୍ଶୀ ଫଟୋରେ ଫସି ଆପଣ ମଧ୍ୟ ଲାଇକ, କମେଣ୍ଟ ଜାଲରେ ପଡିନାହାନ୍ତି ତ ? ଭୋଗିପାରନ୍ତି ଏହିି ଅସୁବିଧା ।

56

ଦିନକୁ ଦିନ ଫେସବୁକ୍ ୟୁଜର୍ସଙ୍କର ସଂଖ୍ୟା ବଢୁଥିବାବେଳେ ଲୋକଙ୍କୁ ଠକିବା ପାଇଁ ମଧ୍ୟ କିଛି ଲୋକ ସଜାଗ ହୋଇ ରହିଥାନ୍ତି । ଫେସବୁକରେ ବିଭିନ୍ନ ପ୍ରକାରର ଫଟୋ ପୋଷ୍ଟ୍ ହୋଇଥାଏ ଏହି ପୋଷ୍ଟ୍ ମଧ୍ୟରେ ପ୍ରାୟତଃ ହୃଦୟସ୍ପର୍ଶୀ ଏବଂ ଉନ୍ମାଦନା ସୃଷ୍ଟି କରୁଥିବା ଫଟୋ ମଧ୍ୟ ପୋଷ୍ଟ ହୋଇଥାଏ । ସାଧାରଣତଃ ହିରୋ ହିରୋଇନଙ୍କ ଫଟୋ,ଅର୍ଦ୍ଧନଗ୍ନ ମହିଳାଙ୍କ ଫଟୋ, ଦେବାଦେବୀ,ପଶୁପକ୍ଷୀ,ଛୋଟ ଶିଶୁ,ରକ୍ତ ଜୁଡୁବୁଡୁ ସୈନିକ କିମ୍ବା କୌଣସି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଫଟୋ ଫେସବୁକ୍ ସାଇଟରେ ଆସିଥାଏ । ଏହି ଫଟୋ ଉପରେ କିଛି ଏଭଳି ଲେଖା ମଧ୍ୟ ଥାଏ ‘ ଏହି ଫଟୋକୁ ଶୀଘ୍ର ସେୟାର କରନ୍ତୁ ଅଳ୍ପ ସମୟରେ ଖୁସି ଖବର ମିଳିବ, ମୁଁ ସୁନ୍ଦର ନୁହେଁ ବୋଲି ମୋତେ ଜନ୍ମଦିନ ସୁବିଧା କେହି ଜଣାଇନାହାନ୍ତି ଆପଣ କ’ଣ ଜଣାଇବେନି,ସତ ଭାରତୀୟ ହୋଇଥିବେ ଯଦି ଏହି ଫଟୋକୁ ସେୟାର କରନ୍ତୁ ଇତ୍ୟାଦି । ଏଭଳି ହୃଦୟସ୍ପର୍ଶୀ ଫଟୋ ଏବଂ ଲେଖା ପ୍ରତି କିଛି ନିରୀହ ଲୋକ ଆକୃଷ୍ଟ ହୋଇ ପଡନ୍ତି ଏବଂ ଲାଇକ୍ ଏବଂ କମେଣ୍ଟ କରିଦିଅନ୍ତି କିନ୍ତୁ ଏହାଦ୍ୱାରା ହେଉଥିବା ଅସୁବିଧା ସମ୍ପର୍କରେ ଜ୍ଞାତ ଅଛନ୍ତି କି? କିଛି ଅସାମାଜିକ ଲୋକ ଆପଣଙ୍କ ନିରୀହତା ଏବଂ ଦୁର୍ବଳ ହୃଦୟର ଫାଇଦା ଉଠାଇ ଆପଣଙ୍କଠାରୁ ଲାଇକ୍ କମେଣ୍ଟ ଏବଂ ସେୟାର୍ ପାଇବା ପରେ ଏହି ପୋଷ୍ଟକୁ ଏଡିଟ୍ କରାଯାଇ ସେଥିରେ ମାଲେସିଆନ୍ ଲିଙ୍କକୁ ଆଡ୍ କରାଯାଏ । ଏହି ଲିଙ୍କ୍ ମାଧ୍ୟମରେ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ଡାଟାକୁ ଲିକ୍ କରାଯିବା ସହ ଆପଣଙ୍କ କ୍ରେଡିଟ୍ କାର୍ଡ ଉପରେ ମଧ୍ୟ ଅସୁବିଧା ଆସିଥାଏ । କିଛି ଲୋକ ସେଟିଙ୍ଗରେ ପବ୍ଲିକ୍ ଏବଂ ପ୍ରାଇଭେସି ମଧ୍ୟରେ ପବ୍ଲିକ୍ ରଖିଥାନ୍ତି ଯାହାଦ୍ୱାରା ଏଭଳି ଅସୁବିଧା ଅଧିକ ଦେଖାଯାଏ ।
ଏଭଳି ବିପଦପୂର୍ଣ୍ଣ ପୋଷ୍ଟରୁ ଯେତେ ପାରୁଛନ୍ତି ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଅଧିକାଂଶ ମହିଳା ଏବଂ ଯୁବତୀଙ୍କ କ୍ଷେତ୍ରରେ ଏହା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଅସାମାଜିକ ଲୋକ ମହିଳାଙ୍କ ଫଟୋକୁ ସେଭ୍ କରି ଭାଇରାଲ୍ କରିବାରେ ଆଦୌ ବିଳମ୍ବ କରନ୍ତି ନାହିଁ ।