ପଥର ଫିଙ୍ଗାଳିଙ୍କ ନୂଆ ନୀତି ! ପଥର ଫିଙ୍ଗିବା ଆଳରେ ଫିଙ୍ଗୁଛନ୍ତି ଗ୍ରେନେଡ଼୍

67

କନକ ବ୍ୟୁରୋ : କାଶ୍ମୀରର ସମସ୍ୟା ବଢିବାରେ ଲାଗିଛି । ସେଠାରେ ସୁରକ୍ଷା ଲାଗି ମୃତୟନ ହୋଇଥିବା ଯବାନଙ୍କ ଉପରେ ଆନ୍ଦୋଳନକାରୀ ପଥର ସହ ଗ୍ରେନେଡ ମଧ୍ୟ ମାଡ କରୁଛନ୍ତି । ତେଣୁ ସେଠାରେ ମୃତୟନ ହୋଇଥିବା ଯବାନଙ୍କ ଚିନ୍ତା ବଢିବାରେ ଲାଗିଛି । ପଥର ମାଡ଼ରୁ ରକ୍ଷାପାଇବା ଲାଗି ଯବାନ ମାନେ ମଧ୍ୟ ନୂତନ କୌଶଳ ଆପଣାଇଛନ୍ତି । କିନ୍ତୁ ପଥର ଫିଙ୍ଗାଳିମାନେ ମଧ୍ୟ ନୂଆନୂଆ ନୀତି ଆପଣାଉଛନ୍ତି ।

ବର୍ତ୍ତମାନ ସମୟରେ ସେଠାକାର ଆନ୍ଦୋଳନକାରୀମାନେ ପଥର ଫୋପାଡିବା ସହ ଗ୍ରେନେଡ ମାଡ ମଧ୍ୟ କରୁଛନ୍ତି । ପଥର ସହ ଗ୍ରାନାଇଡ ମାଡ ଅତ୍ୟନ୍ତ ବିପଦଜ୍ଜନକ ହୋଇଥାଏ । ଯାହା ବହୁ ଦିନ ପରେ ପୁଣି ଥରେ କାଶ୍ମୀରରେ ଦେଖାଯାଇଛି । ଗତକାଲି ସଂଧ୍ୟାରେ ଆନ୍ଦୋଳନକାରୀ ମାନେ ଏହିପରି ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ଏହି ଗ୍ରେନେଡ ମାଡରେ ୧୦ଜଣ ସିଆରପିଏଫ ଯବାନ ଆହତ ହୋଇଥିବା ଜଣାପଡିଛି ।

ଗତକାଲି ଯେତେବେଳେ ଯବାନମାନେ ତ୍ରାଲ ଇଲାକାରେ ଥିଲେ ସେହି ସମୟରେ ହିଁ ପଥରମାଡ ସହ ଗ୍ରାନାଇଡମାଡ ଆରମ୍ଭ ହୋଇଥିଲା ବୋଲି ଡଣାପଡିଛି । ପଥରମାଡକୁ ପ୍ରତିହତ କରିବା ଲାଗି ତତକ୍ଷଣାତ୍ ଯବାନ ମାନେ ପ୍ରସ୍ତୁତ ହୋଇଯାଇଥିଲେ । ଏହି ସମୟରେ ପଥରସହ ଏକ ଜରିପୁଟୁଳା ଆସି ପଡିଥିଲା ଓ ବହୁତ ଜୋରରେ ବିସ୍ଫୋରଣ ହୋଇଥିଲା । କିଛି ବୁଝିବା ଆଗରୁ ହିଁ ୧୦ ଜଣ ଯବାନ ଆହତ ହୋଇସାରିଥିଲେ ଓ ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ଯବାନଙ୍କ ସ୍ୱାସ୍ଥ୍ୟଅବସ୍ଥା ସଂକାଟାପର୍ଣ୍ଣ ଥିବା ଡାକ୍ତର କହିଛନ୍ତି ।

ପରେ ଖବରପାଇ ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚିଥିଲେ । ଆଉ ଜରିରେ ଥିବା ପଦାଥ ବିଷୟରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତା ପରେ ଜଣାପଡିଥିଲା କି ଜରିରେ ପଥର ସହ ଗ୍ରେନେଡ ଥିଲା, ଯେଉଁଥିପାଇଁ ଏତେ ଜୋରରେ ଆବାଜ ହୋଇଥିଲା । ଏହି ଘଟଣାପରେ ପୋଲିସ ମଧ୍ୟ ଆଦୁରି ସଜାଗ ହୋଇଥିବା ସେଠାକାର ପୋଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଜଣେ ଯବାନଙ୍କ କହିବା ଅନୁସାରେ, ଆନ୍ଦୋଳନକାରୀ ମାନେ ଲୁଚାଛପାରେ ବିସ୍ଫୋରୋକଟି ରଖିଦେଇଥିଲେ । ଆଉ ଏଥିପାଇଁ ଆମେ ପ୍ରସ୍ତୁତ ନଥିଲୁ, ଯଦ୍ୱାରା ଏତେ ବଡ଼ ଦୁର୍ଘଟଣା ଘଟିଗଲା । ତେବେ ଆଗକୁ ଆମେ ଆହୁରି ସଚେତନ ରହିବୁ ଏବଂ ସେମାନଙ୍କ ଉପରେ ନଜର ରଖାଯିବା ସହ ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି ।