ଟ୍ରାଂଜିଟ ରିମାଣ୍ଡରେ ଗ୍ରୀନ ରେ’ ଏମଡି ସହିରୁଦ୍ଦିନଙ୍କୁ ଆଜି ଭୁବନେଶ୍ୱର ଆଣିଲା ସିବିଆଇ

18

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଟ୍ରାଂଜିଟ ରିମାଣ୍ଡରେ ଗ୍ରୀନ ରେ’ ଏମଡି ସହିରୁଦ୍ଦିନଙ୍କୁ ଆଜି ଭୁବନେଶ୍ୱର ଆଣିଛି ସିବିଆଇ । ସାରା ଦେଶରେ ୨ ହଜାର କୋଟି ଟଙ୍କା ଠକେଇ କରିଥିବା ଗ୍ରୀନ ରେ’ ଓଡିଶାରୁ ଲୁଟିଥିଲା ୫୦୦ କୋଟି । ଗତକାଲି କୋଲକାତାର ଏକ କୋର୍ଟରେ ହାଜର କରାଯିବା ପରେ ସହିରୁଦ୍ଦିନକୁ ଓଡିଶା ଅଣାଯାଇଛି । ଜେରାବେଳେ ସିବିଆଇ ସହିରୁଦ୍ଦିନଠାରୁ ଅନେକ ଗୁମର ଖୋଲିବ।

ଜମାକାରୀଙ୍କ ପ୍ରାୟ ୨ହଜାର କୋଟି ଟଙ୍କା ଧରି ଚଂପଟ ମାରିବା ପରେ ନାଇଜେରିଆରେ ଗ୍ରୀନ୍ ରେ’ ଗୋଟିଏ କଂପାନୀ ସହ ମିଶି ଲିଜ୍ରେ ନେଇଥିଲା ଲୁହାପଥର ଖଣି । ଦୁବାଇରେ ମଧ୍ୟ ଚାଲିଥିଲା କଂପାନୀର କାରବାର । ରାଜ୍ୟରେ ୫୨ଟି ବ୍ରାଂଚ ଖୋଲି କଂପାନୀ  ୫ ଶହ କୋଟି ଠକି ନେଇଥିଲା । ଜଳେଶ୍ୱରରେ ସଂସ୍ଥା ବିରୋଧରେ ଅଭିଯୋଗ ହେବା ପରେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଆରମ୍ଭ କରିଥିଲା ତନାଘନା । ୪୦ଟି ବ୍ୟାଙ୍କ ଆକାଉଂଟରେ ଥିବା ୫୭ ଲକ୍ଷ ଟଙ୍କା, ୧୦ କେଜି ରୂପା ଗହଣା, ୨୪୬ ଗ୍ରାମ ସୁନା, ୧୦ ଲକ୍ଷ ନଗଦ ଟଙ୍କା, ୨୦ ଏକର ଜମି ସିଜ୍ ହୋଇଥିଲା ।