ସଂସଦରେ ଆଜି ଆସିପାରେ ତିନ୍ ତଲାକ୍ ବିଲ୍ ! ଗତ ସପ୍ତାହରେ କ୍ୟାବିନେଟ୍ ବୈଠକରେ ବିଲକୁ ମିଳିଥିଲା ମଂଜୁରୀ

76

କନକ ବ୍ୟୁରୋ : ସଂସଦରେ ଆଜି ଆସିପାରେ ତିନ୍ ତଲାକ୍ ବିଲ୍ । ବିଜପେି ସାଂସଦଙ୍କୁ ହ୍ୱିପ୍ ଜାରି । ଆଜି ଲୋକସଭାରେ ତିନି ତଲାକ୍ ରୋକିବାକୁ ମୁସଲିମ ମହିଳା ବିବାହ ଅଧିକାର ସଂରକ୍ଷଣ ବିଧେୟକ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ଗତ ସପ୍ତାହରେ କ୍ୟାବିନେଟ୍ ବୈଠକରେ ଏହି ବିଲକୁ ମଂଜୁରୀ ମିଳିଥିଲା । ତିନି ତଲାକ୍ ବିଲ୍ ପାସ କରାଇବାକୁ ପୂରା ପ୍ରସ୍ତୁତି କରିଛନ୍ତି କେନ୍ଦ୍ର ସରକାର । ବିଜେପି ପକ୍ଷରୁ ଦଳର ସମସ୍ତ ସାଂସଦକୁ ହ୍ୱିପ୍ ଜାରି କରିବା ସହ ବିଲ୍ ଉପସ୍ଥାପନ ବେଳେ ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତିନ୍ ତଲାକ୍ ବିଧେୟକ ପ୍ରସ୍ତୁତ କରିବାକୁ କୌଣସି ମୁସଲିମ୍ ସଂଗଠନ ସହ ବିଚାର ବିମର୍ଶ କରାଯାଇ ନାହିଁ । ଲିଙ୍ଗଗତ ସମାନତା ତଥା ମହିଳାଙ୍କ ଗରିମା ଓ ମାନବୀୟ ମୂଲ୍ୟବୋଧ ପ୍ରସଙ୍ଗ ହୋଇଥିବାରୁ ଧର୍ମ ଓ ଆସ୍ଥା ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଥିଲା ।

ଏବେ ଆସନ୍ତୁ ଜାଣିବା ଏହି ଟ୍ରିପଲ ତଲାକ୍ ବିଲ୍ କଣ ?

– ତିନି ତଲାକ୍ ବା ତତକାଳ ଛାଡପତ୍ରକୁ ଧର୍ତବ୍ୟ ଓ ଜାମିନବିହୀନ ଅପରାଧ ଭାବେ ଗ୍ରହଣ କରାଯିବ ।

– ମୌଖିକ, ଲିଖିତ, ଟେଲିଫୋନ୍ କିମ୍ବା ସୋସିଆଲ ମିଡିଆରେ ତଲାକ୍ ଦେବା ବେଆଇନ୍ ହେବ ।

– ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

– ଏହି ଅପରାଧ ଲାଗି ୩ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି ।

– ସନ୍ତାନଙ୍କୁ ଥଇଥାନ ପାଇଁ ବିଚାରପତିଙ୍କୁ ଅନୁରୋଧ କରିପାରିବେ ପୀତିତା ।

– ଜମ୍ମୁ କଶ୍ମୀର ବ୍ୟତୀତ ସାରା ଦେଶରେ ଲାଗୁ ହେବ ଆଇନ ।

– ତିନି ତଲାକ୍କୁ ଅଗଷ୍ଟ ୨୨ ତାରିଖରେ ଅବୈଧ ଘୋଷଣା କରିଥିଲେ ସୁପ୍ରିମକୋର୍ଟ ।

– ଡିସେମ୍ବର ପ୍ରଥମ ସପ୍ତାହରେ ବିଲ୍ ଡ୍ରାଫ୍ଟକୁ ରାଜ୍ୟଗୁଡିକୁ ପଠାଇ ମତ ଲୋଡିଥିଲେ କେନ୍ଦ୍ର ସରକାର ।

– ଡିସେମ୍ବର ୧୦ ତାରିଖ ସୁଦ୍ଧା ଉତର ରଖିବାକୁ କୁହାଯାଇଥିଲା ।

– ଡିସେମ୍ବର ୧୫ରେ ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଥିଲା ।