ଟ୍ରେନରେ ଲାଗିବ ସିସିଟିଭି ! ଯାତ୍ରୀଙ୍କ ସୁବିଧା ପାଇଁ ଡିିଜିପିଙ୍କ କ୍ୟାମ୍ପରେ ହୋଇଥିବା ବୈଠକରେ ନିଷ୍ପତି

141

କନକ ବ୍ୟୁରୋ : ଟ୍ରେନରେ ଲାଗିବ ସିସିଟିଭି । ଟ୍ରେନରେ ଯାତ୍ରା ସମୟରେ କିଭଳି ଯାତ୍ରୀଙ୍କର କୌଣସି ଅସୁବିଧା ନହୁଏ ସେନେଇ ଡିିଜିପିଙ୍କ କ୍ୟାମ୍ପରେ ଆଜି ଏକ ବୈଠକ ବସିଛି । ବୈଠକରେ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଓ ନକ୍ସଲ ଆକ୍ରମଣ ଉପରେ ଆଲୋଚନା ହୋଇଛି । ଆରପିଏଫ ଓ ଜିଆରପି ମଧ୍ୟ ସମନ୍ୱୟ ନେଇ ଆଲୋଚନା କରାଯାଇଛି । ବୈଠକରେ ୩ ଆଇଜି, ୨ ଏସପି ଓ ଏଡିଜି ରେଲୱେ ଉପସ୍ଥିତ ଅଛନ୍ତି ।

ଯାତ୍ରୀ ସୁରକ୍ଷାକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେଉଛନ୍ତି ତେଣୁ ଏସବୁ ସଂସ୍କାରମୂଳକ ପଦକ୍ଷେପ ଆବଶ୍ୟକ ବୋଲି କୁହାଯାଇଛି । ଟ୍ରେନରେ ଯାତ୍ରା ସମୟରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଆଉ ସେହି ସମୟରେ ସାହାଯ୍ୟ କରିବା ପାଇଁ ପାଖରେ କେହି ବି ନଥାନ୍ତି । ଟ୍ରେନ୍ରେତ୍ତବର୍ତ୍ତମାନ ଅନେକ ଅପରାଧ ଓ ଅଘଟଣ ମଧ୍ୟ ଘଟୁଛି । ତେଣୁ ସିସିଟିଭି ଲାଗିବା ଦ୍ୱାରା ଏହିସବକୁ ରୋକାଯାଇପରିବ। ବିଷେଷ କରି ମହିଳାମାନେ ଏହି ପଦକ୍ଷେପ ଯୋଗୁଁ ଟ୍ରେନରେ ଅଧ୍ଖଳ ସୁରକ୍ଷିତ ମନେକରିବେ ।