ଆସନ୍ତା କାଲିଠାରୁ ଆରମ୍ଭ ଗୋପାଳପୁର ବେଳାଭୂମି ମହୋତ୍ସବ : ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ

24

ଗୋପାଳପୁର : ଆସନ୍ତା କାଲିଠାରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଉତ୍ସବ ଚଳିତ ବର୍ଷ ଡ଼ିସେମ୍ବର ୨୪ ତାରିଖ ଠାରୁ ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଚାଲିବ ।

ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ କଳାକାର ଯୋଗ ଦେଇ ନିଜର କଳା ପଦର୍ଶନ କରିବେ । ମହୋତ୍ସବ ପଡିଆରେ ପଲିଶ୍ରୀ ମେଳା ସମେତ ଅନେକ ଷ୍ଟଲ ଲାଗିବ । ପାଖାପାଖି ୫ ଲକ୍ଷରୁ ଅଧିକ ଦର୍ଶକଙ୍କ ଭିଡ଼ ଜମିବ ବୋଲି ଆଶା କରିଛିି ଆୟୋଜକ କମିଟି । ଏଥି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଳ୍ଲାପାଳ ।

ଏହାସହ ଦେଖନ୍ତୁ ଏହି ଭିଡିଓ –