ଗଂଜାମ ଜିଲ୍ଲା ଆସ୍କାରେ ଆଦିବାସୀ ନେତାଙ୍କୁ ହତ୍ୟା

24

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍: ଗଂଜାମ ଜିଲ୍ଲା ଆସ୍କାରେ ଆଦିବାସୀ ନେତାଙ୍କୁ ହତ୍ୟା । ବଡଗଡ ଥାନା ଅନ୍ତର୍ଗତ କୁମାରବନ୍ଧ ଗାଁରେ ଆଦିବାସୀ ନେତା ତଥା ଲୋକ ସଂଗ୍ରାମ ମଂଚର ଜିଲ୍ଲା ସଭାପତି ଏଡୁଙ୍ଗୁ ଗମାଙ୍ଗୋଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କେହି ତାଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ତେବେ ଆଦିବାସୀ ନେତାଙ୍କ ହତ୍ୟାର କାରଣ ଜଣାପଡିନଥିବା ପୁଲିସ ଘଟଣାସ୍ଥଳରେ ପଂହିଛି ତନାଘନା ଜାରି ରଖିଛି ।