ଟିଟୋ ପାଇଁ ବଢୁଛି ଅଡୁଆ ! ଗ୍ୟାଙ୍ଗଷ୍ଟରର କଳାଚିଠା ଖୋଲିବା ପାଇଁ ଟିଟୋ ସ୍ତ୍ରୀକୁ ଜେରା କରିବ ଏସଟିଏଫ ।

30

ଗ୍ୟାଙ୍ଗଷ୍ଟର ଟିଟୋ ପାଇଁ ବଢ଼ୁଛି ଅଡୁଆ । କ୍ରାଇମବ୍ରାଞ୍ଚର ଏସଟିଏଫ କରୁଛି ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ସାମ୍ରାଜ୍ୟର ଖୋଳତାଡ । ପ୍ରଥମେ ଟିଟୋକୁ ଜେରା ଏବେ ଟିଟୋର ସ୍ତ୍ରୀ ବେନର୍ଜୀର ବିବିଙ୍କୁ ଜେରା କରିବ ଏସଟିଏଫ । ଟିଟୋ ଘରକୁ ଯାଇ ଏସଟିଏଫର ଜଣେ ମହିଳା ଇନ୍ସପେକ୍ଟର ବେନର୍ଜୀରଙ୍କୁ ପଚରା ଉଚରା କରିବ ବୋଲି ଜଣାପଡିଛି ।

ଏସଟିଏଫ ସ୍କାନରରେ ଟିଟୋର ଅପରାଧ ସାମ୍ରାଜ୍ୟ । କିପରି ଜଣେ ହାଉସ ୱାଇଫ ହୋଇ ଏତେ ଟଙ୍କା କେମିତି ଅର୍ଜନ କଲେ ସେନେଇ ଖୋଳତାଡ କରିବ ଏସଟିଏଫ । ବେନର୍ଜୀରଙ୍କ ନାଁରେ ରହିଛି ଏକାଧିକ ପେଟ୍ରୋଲ ପମ୍ପ, ଜମା ଟଙ୍କା , ବିଆଇପିଏଲ କମ୍ପାନୀ, ୯୦ଲକ୍ଷର ଅଡି କାର । କେନ୍ଦ୍ରାପଡାରେ ଟିଟୋ ଘରେ ଏସଟିଏଫର ରେଡ ବେଳେ ବେନର୍ଜୀର ବିବିଙ୍କର ଏହି ସବୁ ତଥ୍ୟ ପଦାକୁ ଆସିଥିଲା ।

ସେପଟେ ସ୍ପେଶାଲ ଟାସ୍କ ଫୋର୍ସ ଆଜି ଗ୍ୟାଙ୍ଗଷ୍ଟର ଟିଟୋର ୫ଟି ଆକାଉଂଟ ବ୍ଲକ ଓ ଫ୍ରିଜ କରିଛି । ଏହି ଆକାଉଂଟ ଗୁଡିକରେ ଥିଲା ୧୬ଲକ୍ଷ ୪୨ହଜାର ୫୬୫ ଟଙ୍କା । ଏବେ ଏହି ଟଙ୍କା କେମିତି ଆସିଲା, କେଉଁଠୁ ଆସିଲା , କିଏ ଦେଇଛି ଏଭଳି ଅନକେ ପ୍ରଶ୍ନକୁ ନେଇ ତଦନ୍ତ କରୁଛି ଏସଟିଏଫ ।