ପୈତୃକ ସମ୍ପତିରେ ଝିଅର ଅଧିକାର କଥା ଦୋହରାଇଲେ ସୁପ୍ରିମକୋର୍ଟ ! ୨୦୦୫ପୂର୍ବରୁ ଜନ୍ମ ହୋଇଥିବା ଝିଅ ବି ପାଇବେ ସମାନ ଭାଗ

4,380

କନକ ବ୍ୟୁରୋ : ବାପାଙ୍କ ସମ୍ପତି ଉପରେ ଝିଅର ସମାନ ଅଧିକାର ରହିଛି । ଏହି ନିୟମ ରହିଥିବା ବେଳେ ଏଥିରେ ସାମାନ୍ୟ ସଂଶୋଧନ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ୨୦୦୫ ମସିହାରୁ ଜନ୍ମ ହୋଇଥିବା ଝିଅମାନେ ମଧ୍ୟ ଏହି ଆଇନରେ ସମାନ ସୁବିଧା ପାଇବେ । ସେମାନଙ୍କର ପୁଅ ପରି ପୈତୃକ ସମ୍ପତିରେ ସମାନ ଅଧିକାର ରହିବ । ଜଷ୍ଟିସ ଏକେ ସିକ୍ରି ଓ ଜଷ୍ଟି ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଏହି ନିୟମରେ ସଂଶୋଧନ କରି ପୈତୃକ ସମ୍ପତି ଉପରେ ଝିଅର ଜନ୍ମଗତ ଅଧିକାର ରହିଛି ବୋଲି କହିଛନ୍ତି । ନିୟମ ପାସ ହେବା ୨୦୦୫ ପୂର୍ବରୁ ଜନ୍ମ ହୋଇଛନ୍ତି ବୋଲି କୌଣସି ଝିଅଙ୍କୁ ତାଙ୍କ ଅଧିକାରରୁ ବଂଚିତ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ଏହାସହ ସର୍ବୋଚ୍ଚକୋର୍ଟ କହିଛନ୍ତି, ସମ୍ପତ୍ତି ସମ୍ମନ୍ଧିତ ମାମଲାରେ ପୁଅଙ୍କ ସହ ଝିଅମାନଙ୍କୁ ମଧ୍ୟ ସମାନ ଅଧିକାର ଦେବା ପାଇଁ ନିୟମରେ ସଂଶଧୋନ କରାଯାଇଛି । ତେବେ ଏପରି ପରିବର୍ତ୍ତନ ପାଇଁ ଏବଂ ଝିଅ, ପୁଅଙ୍କ ମଧ୍ୟରେ ଥିବା ଅସମାନତାକୁ ହଟାଇବା ପାଇଁ ଦାବି ହୋଇଥିଲା । ଯାହା ଉପରେ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ କୋର୍ଟ ।