ଗଣଶିକ୍ଷା ବିଭାଗର ନୂଆ ପଦକ୍ଷେପ : ସପ୍ତାହରେ ଥରେ ହେବ ଖେଳରେ ଖେଳରେ ପାଠପଢା, ଜାଣନ୍ତୁ ସେହି ଦିନଟି କଣ

62

କନକ ବ୍ୟୁରୋ: ଏଣିକି ଶନିବାର ଦିନ ଖେଳରେ ଖେଳରେ ହେବ ପାଠପଢା । ରାଜଧାନୀର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶନିବାର ଦିନ ଅନ୍ୟ ଦିନ ଅପେକ୍ଷା ଉପସ୍ଥାନ କମ ରହୁଥିବାର ଏପରି ନିଷ୍ପତି ନିଆଯାଇଛି ।

ଶନିବାର ଦିନ ପ୍ରାୟ ମୋଟ ଉପସ୍ଥାନର ୩୦ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲକୁ ଆସୁଛନ୍ତି । ଫଳରେ ଗୋଟିଏ ଗୋଟିଏ ଶ୍ରେଣୀରେ ପାଠପଢା ବି ବନ୍ଦ ହେଇଯାଉଛି । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୁଆ ପଦକ୍ଷେପ ନେଇଛି । ପାଠପଢା ବଦଳରେ ପିଲାଙ୍କୁ ଖେଳରେ ଖେଳରେ ପାଠ ପଢାଇବା ପାଇଁ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ପିଲାମାନେ ଆଜି ସ୍କୁଲକୁ ଆସିବା ପରେ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ କାର୍ଯ୍ୟକ୍ରମ କରିଛନ୍ତି । ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ ଓ କ୍ରୀଡା ଆଦିରେ ସାମିଲ ହୋଇଛନ୍ତି ଛାତ୍ରଛାତ୍ରୀ । ଯେଉଁ କ୍ଷେତ୍ରରେ ପିଲାଙ୍କ ଆଗ୍ରହ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ସେହି ବିଷୟରେ ଶିଖାଇଛନ୍ତି । ଦୁଇଟି ସ୍ୱେଚ୍ଛାସେବୀ ସଂଗଠନ ‘ଶିକ୍ଷାୟନ’ ଓ ‘ଅଗସ୍ତ୍ୟା’ ସହ ମିଶି ଏଭଳି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି ।