କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାରର ହେବ ନବକଳେବର । ଏଣିକି ଶବଦାହର ହେବ ସିଧାପ୍ରସାରଣ । ମୃତକଙ୍କ ପରିବାର ଆତ୍ମୀୟ ସ୍ୱଜନ ଘରେ ବସି ଏହାର ସିଧା ସଳଖ ଦୃଶ୍ୟ ଦେଖି ପାରିବେ । ଏନେଇ ବିସ୍ତୃତ ପ୍ରକଳ୍ପ ଯୋଜନା ପ୍ରସ୍ତୁତ କରିଛି ପୁରୀ ପୌରସଂସ୍ଥା । ଏଥି ପାଇଁ ଖର୍ଚ୍ଚ ହେବ ଅଢ଼େଇ କୋଟି ଟଙ୍କା । ଏଥିରେ ସିସିଟିଭି, ପିଣ୍ଡି ସାଙ୍ଗକୁ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ସ୍ୱର୍ଗଦ୍ୱାରକୁ ଦୈନିକ ଶବଦାହ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ହଜାର ହଜାର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ପୌରସଂସ୍ଥା ଅଧିକାରୀ ଶ୍ରୀକାନ୍ତ ତରାଇ । ସ୍ୱର୍ଗଦ୍ୱାରା ଚାରିପଟେ ପାଚେରୀ ବୁଲାଇ ସହ ପିଣ୍ଡି ସଂଖ୍ୟା ୪୨କୁ ବୃଦ୍ଧି କରାଯିବ । ଏହା ସହ ସ୍ୱର୍ଗଦ୍ୱାର ଭିତରେ ୧୪ରୁ ଅଧିକ ଉଚ୍ଚ କ୍ଷମତା ସଂପନ୍ନ ସିସିଟିଭି ଲଗାଇବା ପାଇଁ ବ୍ୟବସ୍ଥା କରାଯିବ । ଏଥିପାଇଁ ମୋଟ ୨.୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ।