କେନ୍ଦୁଝର ଘଷିପୁରାରେ ନିର୍ବାଚନୀ ହିଂସାକାଣ୍ଡ । ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ହାଣି ମାରିଦେଲେ ଦୁର୍ବୃତ୍ତ
ଘରୁ ଡାକି ନେଇ କିଛି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ
କନକ ବ୍ୟୁରୋ: କେନ୍ଦୁଝର ଘଷିପୁରାରେ ନିର୍ବାଚନୀ ହିଂସାକାଣ୍ଡ । ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ କିଛି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରଥମେ କିଛି ଦୁର୍ବୃତ୍ତ ଘରକୁ ଆସିଥିଲେ । ରାମଚନ୍ଦ୍ରଙ୍କୁ ଘରୁ ଡାକିନେଇଥିଲେ । ହାତ ଗୋଡ ସହିତ ଶରୀର ବିଭିନ୍ନ ଅଂଶକୁ ହାଣିଦେଇଥିଲେ ଦୁର୍ବୃତ୍ତ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଷିପୁରା ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ରାମଚନ୍ଦ୍ର ୨୦୧୪ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ରାମଚନ୍ଦ୍ର ୧୫, ୮୪୯ ଖଣ୍ଡ ଭୋଟ୍ ପାଇଁ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ ।