ରକ୍ତରେ ଭିଜିଲା ଫ୍ଲୋରିଡା ଇଂଟରନ୍ୟାସନାଲ ଏୟାରପୋର୍ଟ : ଦୁର୍ବୃତଙ୍କ ଆଖିବୁଜା ଗୁଳିମାଡ

23

କନକ ବ୍ୟୁରୋ : ଆମେରିକା ଫ୍ଲୋରିଡାର ଫର୍ଡ ଲାଡରଡେଲ୍ ହଲିଉଡ ଇଂଟରନ୍ୟାସନାଲ ଏୟାରପୋର୍ଟରେ ଆଖିବୁଜା ଗୁଳିଚାଳନା । ଏଥିରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।

ବିମାନ ବନ୍ଦରର ଟର୍ମିନାଲ ଟୁରେ ଏହି ଗୁଳିକାଣ୍ଡ ଘଟିଛି । ଘଟଣା ପରେ ଫ୍ଲୋରିଡା ବିମାନ ବନ୍ଦରକୁ ଖାଲି କରିଦିଆଯାଇଛି । ଏହାସହ ଏୟାରପୋର୍ଟର ସମସ୍ତ କାର୍ଯ୍ୟ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ଏହି ଆକ୍ରମଣ ଘଟଣାରେ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ଫ୍ଲୋରିଡା ମେୟର ସୂଚନା ଦେଇଛନ୍ତି । ଗୁଳିକାଣ୍ଡ ଘଟାଇଥିବା ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ନ୍ୟୁ ଜର୍ସିରେ ଜନ୍ମ ଗ୍ରହଣ କରିଥିବା ଏଷ୍ଟେବନ ସାଂଟିଆଗୋ ବୋଲି ତାଙ୍କ ନିକଟରୁ ମିଳିଥିବା ପରିଚୟ ପତ୍ରରୁ ସ୍ପଷ୍ଟ ହୋଇଛି