ଯେଉଁ କାମ କରିପାରିଲେ ନାହିଁ ପୋଲିସ, ଯବାନ ଏବଂ ଏନଡିଆରଏଫ ଟିମ୍, ତାହା କରିଦେଖାଇଲେ ୫ ଜଣ ଯୁବକ ! ରସି ସାହାଯ୍ୟରେ ବଞ୍ଚାଇଲେ ୪୫ ଜୀବନ ।

44

ଶିବପୁରୀର ପାଞ୍ଚଜଣ ଯୁବକ ଏପରି କିଛି କାମ କରି ଦେଖାଇଛନ୍ତି ଯାହା ପୋଲିସ କିମ୍ବା ସେନାର ଯବାନମାନେ ମଧ୍ୟ କରିବା ପାଇଁ ସାହସ ଯୁଟାଇ ପାରିନାହାଁନ୍ତି । ସୁଲତାନ ଗଡ ଝରଣାରେ ଅଚାନକ ଜଳସ୍ଥର ବଢିଯିବାରୁ ସେଠାକୁ ବଣଭୋଜି କରିବାକୁ ଆସିଥିବା ପ୍ରାୟ ୫୫ ଜଣ ଲୋକ ସେଠାରେ ଫସିଯାଇଥିଲେ । କିନ୍ତୁ ୫ ଜଣ ଯୁବକଙ୍କ ସାହସିକତା ପାଇଁ ଅଧିକାଶଂ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଅଗଷ୍ଟ ୧୫ ତାରିଖ ଦିନ କିଛି ଲୋକ ସୁଲତାନ ଗଡ ଝରଣା ନିକଟରେ ବଣଭୋଜି କରୁଥିଲେ । କିନ୍ତୁ ସେଠାରେ ଅଚାନକ ପାଣି ମାଡିଆସିଥିବାରୁ ସେମାନେ ସେଠାରେ ଫସି ଯାଇଥିଲେ । ସୁଲତାନଗଡ ଝରଣାରେ ଲୋକମାନେ ଫସି ରହିଥିବା ସୂଚନା ପ୍ରଶାସନ, ସେନା ଏବଂ ଏନଡିଆରଏଫ ଟିମକୁ ଦିଆଯାଇଥିଲା । ତୁରନ୍ତ ସେଠାରେ ଟିମ୍ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ ଏବଂ ହେଲିକାପ୍ଟର ସାହାଯ୍ୟରେ ବଞ୍ଚାଇବାର ନିଷ୍ପତି ନେଇଥିଲେ । କିନ୍ତୁ ହେଲିକାପ୍ଟର ଆସିବାରେ ବିଳମ୍ବ ହେବାରୁ ସେଠାରେ ଉପସ୍ଥିତ ଥିବା ୫ ଜଣ ସ୍ଥାନିୟ ଯୁବକ ରିସି ସାହାଯ୍ୟରେ ପ୍ରାୟ ୪୫ ଜଣଙ୍କୁ ଉଦ୍ଧାର କରିଥିବାବେଳେ ବାକି ଲୋକ ଏବେ ଯାଏ ନିଖୋଜ ରହିଛନ୍ତି । ଏହି ଯୁବକମାନଙ୍କ ନାଁ ହେଉଛି ନିଜାମ ଖାନ, ବଳରାମ ଭାଗିରଥ, କଲ୍ଲନ ବାଥମ, ରାମସେବକ ଏବଂ ଦେବେନ୍ଦ୍ର ସିଂହ ।

ହେଲିକାପ୍ଟର ଆସିବରେ ବିଳମ୍ବ ହେବା ଦେଖି ପ୍ରଶାସନ ଲୋକମାନଙ୍କୁ ବଞ୍ଚାଇବା ପାଇଁ ଯୁବକମାନଙ୍କୁ ଅନୁମତି ଦେଇଥିଲେ । ଏହା ପରେ ଜଣ ଜଣ କରି ୪୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟ ବିଳମ୍ବିତ ରାତି ୨ଟା ଯାଏ ଜାରି ରହିଥିଲା । ତେବେ ଯୁବକମାନଙ୍କ ଏପରି ଦୁଃସାହସିକ କାମକୁ ମୂଖ୍ୟମନ୍ତ୍ରୀ ଶିବରାଜ ସିଂହ ପ୍ରଶନ୍ସା କରିବା ସହ ସେମାନଙ୍କୁ ୫ ଲକ୍ଷ୍ୟ ଟଙ୍କା ଲେଖାଏ ପୁରଷ୍କାର ଦେବା ପାଇଁ ଘୋଷଣା କରିଛନ୍ତି ।