ଫଟୋରେ ଫଟୋରେ ବାଜପେୟୀଙ୍କ ଅନ୍ତିମ ଯାତ୍ରା ।

59

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ସ୍ମୃତିସ୍ଥଳରେ ଜଳିଲା ଅଜାତଶତ୍ରୁ ଅଟଳଙ୍କ ଚିତା ।

ଲୁହରେ ଭିଜିଲା ପୂରା ଦେଶ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବାଜପେୟୀଙ୍କୁ ଦିଆଯାଇଛି ଶେଷ ସମ୍ମାନ ।

ପାଳିତ ଝିଅ ନମିତା ଭଟ୍ଟାଚାର୍ଯ୍ୟ ବାଜପେୟୀଙ୍କୁ ମୁଖାଗ୍ନି ଦେଇଛନ୍ତି ।

ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକାଠି ହୋଇଥିଲେ ବିଭିନ୍ନ ଦଳର ନେତା ।

ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏପରିକି ଅନ୍ୟ ଦଳର ନେତା ମାନେ ମଧ୍ୟ ବାଜପେୟୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ।

ପ୍ରିୟ ବନ୍ଧୁ ଲାଲକୃଷ୍ଣ ଆଡଭାନୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ସମସ୍ତେ ଶେଷ ସମ୍ମାନ ଜଣାଇବାକୁ ପହଞ୍ଚିଥିଲେ ସ୍ମୃତିସ୍ଥଳରେ ।

ଏପରିକି ପ୍ରଧାନମନ୍ତ୍ରୀଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ପଡୋଶୀ ରାଷ୍ଟ୍ରର ନେତା ମାନେ ମଧ୍ୟ ଭାରତରେ ପହଞ୍ଚିଥିଲେ । ନେପାଳ, ବାଲାଂଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନର ନେତୃବୃନ୍ଦ ମଧ୍ୟ ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସ୍ମୃତିସ୍ଥଳରେ ପହଞ୍ଚିଥିଲେ ।

ଅନ୍ତିମ ସଂସ୍କାର ପୂର୍ବରୁ ବାଜପେୟୀଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ବାଜପେୟୀଙ୍କୁ ପାର୍ଟି ଅଫିସରୁ ସ୍ମୃତିସ୍ଥଳକୁ ନିଆଯାଇଥିଲା ।

ବାଜପେୟୀଙ୍କ ଅନ୍ତିମ ଯାତ୍ରାରେ ଏକାଠି ହୋଇଥିଲେ  ହଜାର ହଜାର ଲୋକ ।

ଏପରିକି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଅନ୍ୟ ନେତୃବୃନ୍ଦ ବାଜପେୟୀଙ୍କ ଅନ୍ତିମ ଯାତ୍ରାରେ ଚାଲି ଚାଲି ସ୍ମୃତି ସ୍ଥଳରେ ପହଞ୍ଚିଥିଲେ ।

ବାଜପେୟୀଙ୍କୁ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଉଥିବା ବେଳେ ବାଜପେୟୀ ଅମର ରହେ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ଦିଲ୍ଲୀ ।

ଆଉ ଶେଷରେ ଆଜି ସନ୍ଧ୍ୟା ୫ଟା ସମୟରେ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ପରେ ବାଜପେୟୀଙ୍କୁ ମୁଖାଗ୍ନି ଦେଇଥିଲେ ଝିଅ ଅନିତା ।

ଆଉ ଏହାସହ ଅଟଳ ଯୁଗର ଅବସାନ ଘଟିଥିଲା ।