ସିଆରପିଏଫ ଗୋଦାମରେ ଅଗ୍ନିକାଣ୍ଡ ! ଦେଢ କୋଟିରୁ ଅଧିକ ଟଙ୍କାର ସମ୍ପତି ନଷ୍ଟ

32

କନକ ବ୍ୟୁରୋ: ରାୟଗଡା ସିଆରପିଏଫ ଗୋଦାମରେ ଅଗ୍ନିକାଣ୍ଡ । ନିଆଁରେ ପୋଡିଗଲା ଦେଢ କୋଟିରୁ ଅଧିକ ଟଙ୍କାର ସମ୍ପତି । ସର୍ଟସକିର୍ଟ ଯୋଗୁଁ ସିଆରପିଏଫ ଗୋଦାମରେ ନିଆଁ ଲାଗିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ସିଆରପିଏଫ ଲୋକସମ୍ପର୍କ ଅଧିକାରୀ ତେଜରାଜ ମିଶ୍ର ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କ୍ୟାମ୍ପ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ସିଆରପିଏଫ କର୍ମଚାରୀ ରାତି ପ୍ରାୟ ସାଢ଼େ ୧ଟା ବେଳେ ଶୋଇଯାଇଥିଲେ। ତେବେ ହଠାତ୍ କ୍ୟାମ୍ପର ଗୋଦାମରୁ ନିଆଁ ଉଠିଥିଲା। ନିଆଁ ଏତେ ପ୍ରବଳ ହୋଇଥିଲା ଯେ, ଚାହୁଁ ଚାହୁଁ ଏହା ଗୋଦାମର ଅନ୍ୟ ଅଞ୍ଚଳକୁ ମାଡ଼ି ଯାଇଥିଲା ଓ ଏହାକୁ ଆୟତ କରିବା ସମ୍ଭବ ହୋଇ ନ ଥିଲା।

ଖବର ପାଇ ରାୟଗଡ଼ାରୁ ଦମକଳ ଆସି ନିଆଁକୁ ଆୟତ କଲାବେଳକୁ ଗୋଦମର ୩ଟି ବଡ଼ ବଖରାରେ ଥିବା ଟେଣ୍ଟ, ସିଆରପିଏଫ ଜବାନଙ୍କ ପୋଷାକ, ଜୋତା ଓ ଅନ୍ୟାନ୍ୟ କୋଟି କୋଟି ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇ ଯାଇଥିଲା।