କନକ ବ୍ୟୁରୋ : ରାସ୍ତା ଉପରେ ହୁ ହୁ ହୋଇ ଜଳି ଯାଇଛି ବସ୍ । ବାଇକ୍ ସହ ଧକ୍କା ପରେ ରାଜପଥ ଉପରେ ଜଳି ଯାଇଛି ଏକ ଘରୋଇ ବସ୍ । ଏଭଳି ଅଘଟଣ ଘଟିଛି କଟକ ସଦର ଥାନା ନିକଟରେ । ଭୁବନେଶ୍ୱରରୁ କଟକ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ‘ନିଶା’ ଗୋପଳପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ସମସ୍ତ ଯାତ୍ରୀ ବଂଚି ଯାଇଥିବା ବେଳେ ବସର ଡ୍ରାଇଭର ଓ ହେଲପର୍ ଫେରାର ହୋଇଯାଇଛନ୍ତି । ତେବେ ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –