କଳିଯୁଗ ପୁଅର କଳାକାରନାମା ! ବାପା ମା’ଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ପଠାଇଲା ସାଙ୍ଗକୁ

373

ନିଜ ବାପା ମା’ଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ଫେସବୁକର ଜଣେ ସାଙ୍ଗ ପାଖକୁ ପଠାଇଲା ପୁଅ  । ଘଟଣାଟି ଘଟିଛି ବେଙ୍ଗାଲୁରୁରେ  । ଏବେ ଅଭିଯୋଗ ନେଇ ସାଇବର୍‌ କ୍ରାଇମ୍‌ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ଦମ୍ପତି  ।

ଦମ୍ପତିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ୧୩ ବର୍ଷିୟ ପୁଅ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଖୋଲିବା ପରେ ଜୁନ୍‌ ୨୦୧୬ରେ ‘ତେଜଲ୍‌ ପଟେଲ୍‌’ ପ୍ରୋଫାଇଲ୍‌ ନାଁରେ ଏକ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ୍‍ ଆସିଥିଲା । ତେଜଲ୍ ନାମକ ଏହି ପିଲା ତାଙ୍କ ପୁଅ ସହ ଧୀରେ ଧୀରେ ଅଶ୍ଳୀଳ ଚାଟ୍ ଆରମ୍ଭ କରିଥିଲା । ଏହା ସହ ଅଶ୍ଳୀଳ ଭିଡିଓ, ଚାଇଲ୍‌ଡ୍‌ ପର୍ଣ୍ଣଗ୍ରାଫି କଟେଂଟ୍ ତାକୁ ପଠାଇବାକୁ ଲାଗିଲା ତେଜଲ୍  । ଏସବୁ ଏପ୍ରିଲ୍‌ ୨୦୧୭ ଶେଷ ପର୍ଯ୍ୟନ୍ତ ଚାଲିଥିଲା । ଧୀରେ ଧୀରେ ଉଭୟ ଫୋନରେ କଥା ହେବା ଆରମ୍ଭ କଲେ । ଏହା ଭିତରେ ତେଜଲ୍‌ ତାଙ୍କ ପୁଅକୁ ପରିବାର ସଦସ୍ୟ ଓ ବାପାମାଆଙ୍କ ନ୍ୟୁଡ୍‌ ଫଟୋ ଓ ଭିଡିଓ ପଠାଇବାକୁ କହିଥିଲା।

ପ୍ରଥମେ ଅରାଜି ଥିବା ପୁଅ କୌଣସିମତେ ବାପାମାଆଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ତେଜଲ୍‌ ପାଖକୁ ପଠାଇ ଦେଇଥିଲା । ଏବେ ଭିଡିଓ ପାଇବା ପରେ ବ୍ଲାକ୍‌ମେଲର୍‌ ପାଲଟି ଗଲା ତେଜଲ୍‌ । କୌଣସିମତେ ନାବାଳକର ପୁଅ ଠାରୁ ବାପା ମାଙ୍କ ନମ୍ବର ନେଇ ୧ କୋଟି ଟଙ୍କା ମାଗିଥିଲା । ନ ଦେଲେ ଫଟୋ ଓ ଭିଡିଓ ଆଡଲ୍‌ଟ୍‌ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିଦେବା ଧମକ ଦେଲା ।

ତେବେ ପରିସ୍ଥିତିର ଗାମ୍ଭୀର୍ଯ୍ୟ ବୁଝିପାରି ପୁଅ ବାପାମାଆଙ୍କୁ ସବୁକଥା ଫିଟାଇ କହିଥିଲା । ଅଭିଯୋଗ ପରେ ପୁଲିସ  ଆଇପି ଆଡ୍ରେସ୍‌ ଜରିଆରେ ଅଭିଯୁକ୍ତଙ୍କୁ ଠାବ କରିବାକୁ ଉଦ୍ୟମ କରୁଛି ।