ଢ଼େଙ୍କାନାଳ : କାମାକ୍ଷାନଗର ବାଉଁଶପାଳ ଶବର ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୮ବଖରା ଘର

27

କନକ ବ୍ୟୁରୋ : ଭୟାବହ ଅଗ୍ନିକାଣ୍ଡ । ଢ଼େଙ୍କାନାଳ କାମାକ୍ଷାନଗର ବାଉଁଶପାଳ ଶବର ସାହିରେ ଜଳିଗଲା ୮ବଖରା ଘର । ରାତି ପ୍ରାୟ ୧୧ଟାରେ ସମସ୍ତେ ଶୋଇଥିବାବେଳେ ଭାସ୍କର ପଧାନଙ୍କ ଘରେ ନିଆଁ ଲାଗି ଯାଇଥିଲା । ପରେ ଏହି ନିଆଁ ଅନ୍ୟ ଘରକୁ ବ୍ୟାପି ଯାଇଥିଲା । ଖବର ପାଇ କାମାକ୍ଷାନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ ।

ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଛନ୍ତି ୬ଟି ପରିବାର । ଘରର ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ତେବେ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । କାଦୁଆ ରାଜସ୍ୱ ନୀରିକ୍ଷକ ଘଟଣାସ୍ଥଳକୁ ଆସି କ୍ଷୟକ୍ଷତିର ଆକଳନ କରିଛନ୍ତି ।