ଭୋରରୁ ଜଳିଗଲା ବ୍ୟାଙ୍କ୍ ! ଭୁବନେଶ୍ୱର ବାପୁଜୀନଗର ଏସବିଆଇ ଶାଖାରେ ଅଗ୍ନିକାଣ୍ଡ, ୨ଟି ଦମକଳ ସହାୟତାରେ ଚାଲିଛି ନିଆଁ ଲିଭା ।

185

କନକ ବ୍ୟୁରୋ : ଷ୍ଟେଟ୍ ବ୍ୟାଙ୍କରେ ଅଗ୍ନିକାଣ୍ଡ । ଭୁବନେଶ୍ୱର ବାପୁଜୀନଗର ସ୍ଥିତ ଏସବିଆଇ ଶାଖାରେ ହୋଇଛି ଅଗ୍ନିକାଣ୍ଡ । ଷ୍ଟେଟ ବ୍ୟାଙ୍କର ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଛି । ନିଆଁ ଲିଭାଇବା କାମରେ ଦୁଇଟି ଦମକଳ ନିୟୋଜିତ ହୋଇଛି । ତେବେ ସଟ୍ ସର୍କିଟ କାରଣରୁ ଆଜି ଭୋରରୁ ବ୍ୟାଙ୍କର ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା । ବର୍ତ୍ତମାନ ଦୁଇଟି ଦମକଳ ବାହିନୀ ସହାୟତାରେ ବ୍ୟାଙ୍କରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।

ବ୍ୟାଙ୍କ ମଧ୍ୟରେ ସେଭଳି କିଛି ଅଧିକ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ୟାଙ୍କ ଭିତରକୁ ଛଡାଯାଇନାହିଁ । ତେବେ ନିଆଁ ଲାଗିବା ଫଳରେ ବ୍ୟାଙ୍କର ଦ୍ୱିତୀୟ ମହଲାରେ ଥିବା କିଛି ଆସବାବପତ୍ର ସମେତ ଅଳ୍ପ କିଛି ଫାଇଲ ଜଳିଯାଇଥିବା ଜଣାପଡିଛି । ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ବ୍ୟାଙ୍କର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।