ପ୍ରତ୍ୟାହୃତ ହେଲା ରାଜ୍ୟବ୍ୟାପି ବସ୍ ଧର୍ମଘଟ ! ସାଧାରଣ ପରିଷଦ ବୈଠକ ପରେ ଘରୋଇ ବସ୍ ମାଲିକ ସଂଘର ଘୋଷଣା । କହିଲେ, ସରକାର ମାନିନେଇଛନ୍ତି ଦାବି

46

କନକ ବ୍ୟୁରୋ: ରାଜ୍ୟବ୍ୟାପି ଚାଲିଥିବା ବସ୍ ଧର୍ମଘଟ ପ୍ରତ୍ୟାହୃତ । ସାଧାରଣ ପରିଷଦ ବୈଠକ ପରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କରାଗଲା ଘୋଷଣା । ସଂଘ ମୁଖପାତ୍ର କହିଛନ୍ତି ସରକାର ଦାବି ମାନିନେଇଥିବାରୁ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଗଲା । ସିଟି ବସ ଚଳାଚଳ ବନ୍ଦ ପାଇଁ ସଂଘ ପକ୍ଷରୁ ମୁଖ୍ୟ ଦାବି କରାଯାଇଥିଲା । ସେପଟେ ସିଟି ବସ ଚାଲିବା ନେଇ ନଗର ଉନ୍ନୟନ୍ତ୍ର ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସମସ୍ୟା ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହେବ । ଦିନେ ଦୁଇ ଦିନ ମଧ୍ୟରେ କମିଟି ଗଠନ ହେବ । ୩ ମାସ ଭିତରେ କମିଟି ନିଷ୍ପତି ନେବ ବୋଲି ମନ୍ତ୍ରୀ କହିଛନ୍ତି । ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ସରକାର ଆମର ଦାବି ମାନିନେଇଛନ୍ତି । ଏଥି ସହିତ ସିଟି ବସ୍ ଚଳାଚଳ ନେଇ ଏକ କମିଟି ଗଠନ କରାଯାଇଛି । ଏଥିରେ ୧୦ରୁ ୧୨ ଜଣ ସଦସ୍ୟ ଅଛନ୍ତି । ଘରୋଇ ବସ୍ ମାଲିକ ସଂଘରୁ ୫ଜଣ ସଦସ୍ୟ ରହିଛନ୍ତି ।

ଘରୋଇ ବସ୍ ମାଲିକ ସଂଘର ଡାକରାରେ ରାଜ୍ୟରେ ବସ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହରକତ ହୋଇଛନ୍ତି । ବରମୁଣ୍ଡା ବସଷ୍ଟାଣ୍ଡରେ ଓ କଟକ ବସଷ୍ଟାଣ୍ଡରେ ଅଧିକାଂଶ ବସ ରଖାଯାଇଥିବା ବେଳେ କେବଳ ସ୍କୁଲ ବସ, ସିଟି ବସ ଚଳାଚଳ ସ୍ୱାଭାବିକ ରହିଛି । ତେବେ ଲୋକେ ଆଜି ରାଜ୍ୟ ସଡ଼କ ପରିବହନ ବସ ଉପରେ ବେଶି ନିର୍ଭର କରିଛନ୍ତି । ରାଜ୍ୟ ସଡ଼କ ପରିବହନ ବସ ଚଳାଚଳ କରୁଥିବାରୁ ଲୋକଙ୍କ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇ ପାରିଛି ।