ରାଜଧାନୀରେ ପୁଣି ବ୍ଲାକ ପଲସର ଆତଙ୍କ ! ଫାୟାର ଷ୍ଟେସନ ଛକ ନିକଟରେ ମହିଳାଙ୍କ ବେକ କାଟି ଅଢେଇ ଭରିର ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ

58

କନକ ବ୍ୟୁରୋ: ରାଜଧାନୀରେ ପୁଣି ବ୍ଲାକ ପଲସର ଆତଙ୍କ । ବ୍ଲାକ ପଲସରରେ ଆସି ମହିଳାଙ୍କ ବେକ କାଟି ସୁନା ଚେନ ଝାମ୍ପିନେଲେ ଦୃର୍ବୃତ୍ତ । ଗତକାଲି ସଂନ୍ଧ୍ୟା ୬ଟାରେ ଏକ ନମ୍ବର ମାର୍କେଟରୁ ସପିଂ ସାରି ବାଇକରେ ଦମ୍ପତି ଫେରୁଥିବା ବେଳେ ହଠାତ୍ ଫାୟାର ଷ୍ଟେସନ ଛକରେ ୨ଜଣ ଦୁର୍ବୃତ୍ତ ବ୍ଲାକ ପଲସରରେ ଆସି ମହିଳାଙ୍କ ବେକ କାଟି ପାଖାପାଖି ଅଢେଇ ଭରିର ସୁନା ଚେନ ଝାମ୍ପିନେଇଛନ୍ତି । ସୁନା ଚେନ ଝାମ୍ପିନେବା ପରେ ଆଖି ପିଛୁଳାକେ ଦୃର୍ବୃତ୍ତ ମାନେ କୁଆଡେ ଫେରାର ହୋଇଯାଇଥିଲେ । ତେବେ ଏନେଇ ସ୍ୱାମୀ-ସ୍ତ୍ରୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।