ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ନିକଟରେ ନିଶ୍ଚିତ ରୂପରେ ଗୋଟିଏ କିମ୍ବା ଦୁଇଟି ଲେଖାଏଁ ଜିଓ ସିମ ଥିବ । ସେହିପରି ଅନେକଙ୍କ ପାଖରେ ଏୟାରଟେଲ ଓ ଭୋଡାଫୋନର ସିମ ମଧ୍ୟ ରହିଥିବ । ଆଜିକା ଦିନରେ ବଜାରରେ ଅନେକ ସାରା ଶସ୍ତା ଡାଟା ପ୍ଲାନ ଉପଲବ୍ଧ, ଯେଉଁଥିରେ ପ୍ରତିଦିନ ହିସାବରେ ୧ ଜିବି ଡାଟା ମିଳୁଛି ଏବଂ ପ୍ରତିଦିନ ୧ଜିବି ଡାଟା ଦେଉଥିବା ଅନେକ ପ୍ଲାନଗୁଡିକ ମଧ୍ୟ ଲୋକେ ଗ୍ରହଣ କରୁଛନ୍ତି । ହେଲେ ଯଦି ୧ ଜିବି ଡାଟା ଶେଷ ହୋଉଯାଉଛି, ତେବେ ୪ଜି ସ୍ପିଡରେ ସିନେମା ଡାଉଲଲୋଡ କରିବାର ତରିକ କଣ ହୋଇପାରେ ? ଆସନ୍ତୁ ଜାଣିବା. . .
Kanak News is now on WhatsApp
Join and get latest news updates delivered to you via WhatsApp
ସର୍ବପ୍ରଥମେ ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଏହି ସୁବିଧା କେବଳ ଜିଓ ୟୁଜର୍ସଙ୍କ ପାଇଁ ହିଁ ପ୍ରଯୁଜ୍ୟ । ଆପଣଙ୍କୁ ତ ଜଣାଥିବ କି ଜିଓ ମଧ୍ୟରାତ୍ର ତଥା ରାତି ୨ଟାରୁ ୫ଟା ପର୍ଯ୍ୟନ୍ତ ୪ଜି ସ୍ପିଡରେ ଅନମିଲିମିଡେଟ ଡାଟା ଦେଉଛି । ଯେଉଁ ସମୟରେ ଆପଣ ୪ଜି ସ୍ପିଡରେ ଅନଲିମିଟେଡ ଡାଉନଲୋଡିଂ କରିପାରିବେ । ହେଲେ ପ୍ରଶ୍ନ ଉଠୁଛି କି, ରାତି ୨ଟାରୁ ୫ଟା ଯାଏଁ କିଏ ନିଜର ନିଦକୁ ଖରାପ କରିବ । ତେବେ ଆସନ୍ତୁ ଆଜି ଆମେ ଆପଣ ଏହାର ମଧ୍ୟ ତରିକା ଜଣାଇବୁ ।
ଯଦି ଆପଣ ମଧ୍ୟ ୧ଜିବି ଡାଟା ଶେଷ ହେବା ପରେ ୪ଜି ସ୍ପିଡରୁ ଡାଉନଲୋଡିଂ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ନିକଟରେ ଏଥିପାଇଁ ଦୁଇଟି ବିକଳ୍ପ ରହିଛି । ପ୍ରଥମଟି ହେଲା ଜିଓ ସିନେମା ଆପ ଏବଂ ଦ୍ୱିତୀୟଟି ହେଲା Advance Download Manager । ଏହି ଦୁଇଟି ଆପ ଜରିଆରେ ଆପଣ ଆପଣଙ୍କର ମନ ପସନ୍ଦର ଭିଡିଓ ଓ ସିନେମାକୁ ରାତି ୨ଟାରୁ ୫ଟା ପର୍ଯ୍ୟନ୍ତ ଡାଉନଲୋଡିଂ ପାଇଁ ସିଡ୍ୟୁଲ କରିପାରିବେ ।
Advance Download Manage ଆପରୁ କିପରି କରିବେ ଡାଉନଲୋଡ . . .
• Advance Download Manager (ADM) ଆପକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ ।
• ଏବେ Browserକୁ ଯାଇ ଆପଣ ଯେଉଁ ସିନେମା କିମ୍ବା ଭିଡିଓଟିକୁ ଡାଉନଲୋଡ କରିବାକୁ ଚାହୁଁଛନ୍ତି ତାକୁ ସର୍ଚ୍ଚ କରନ୍ତୁ ଏବଂ ଡାଉନଲୋଡ ଉପରେ କ୍ଲିକ୍ କରି ADM ଅପସନକୁ ଚୟନ କରନ୍ତୁ ।
• ଏବେ ଯେପରି ହିଁ ADM ଆପରେ ଥିବା Add ଅପସନ ନଜର ଆସିବ ତା ଉପରେ କ୍ଲିକ କରି ସିଡ୍ୟୁଲ କରନ୍ତୁ ।
• Add କରିବା ପରେ ଆପ ଉପରି ଭାଗର ବାମ ପାଖରେ ନଜର ଆସୁଥିବା ୩ ଡଟ ଉପରେ କ୍ଲିକ୍ କରନ୍ତୁ ।
• ଏବେ ତଳେ ନଜର ଆସୁଥିବା ସେଟିଂ ବଟନ ଉପରେ କ୍ଲିକ କରନ୍ତୁ । ଏଥିରେ କ୍ଲିକ୍ କରିବା କ୍ଷଣି ହିଁ ଆପଣଙ୍କୁ Planningର ବିକଳ୍ପ ମିଳିବ । ଏଠାରେ ୨ରୁ ୫ଟା ପର୍ଯ୍ୟନ୍ତ ଆପଣ ଟାଇମ ସିଡ୍ୟୁଲ ଦେଇଦିଅନ୍ତୁ ।
• ଏହାପରେ ୨ରୁ ୫ଟା ସମୟ ମଧ୍ୟରେ ଆପଣଙ୍କର ସିନେମା ଡାଉନଲୋଡ ହୋଇଯିବ । ଏବଂ ଡାଟା ଆପଣା ଛାଏଁ ବନ୍ଦ ହୋଇଯିବ ।
ଜିଓ ସିନେମା ଆପରୁ କିପରି କରିବେ ଡାଉନଲୋଡ . . .
• ସେହିପରି ଜିଓ ସିନେମା ଆପରୁ ସିଡ୍ୟୁଲ କରି ବି ଆପଣ ଡାଉନଲୋଡିଂ କରିପାରିବେ । ଏଥିପାଇଁ ଜିଓ ସିନେମା ଆପକୁ ଯାଆନ୍ତୁ ।
• ଏବେ ଯେଉଁ ସିନେମାକୁ ଆପଣ ଡାଉନଲୋଡ କରିବାକୁ ଚାହୁଁଛନ୍ତି ତା ଉପରେ କ୍ଲିକ କରନ୍ତୁ । ଏବେ ଡାଉନଲୋଡର ବଟନ ଉପରେ କ୍ଲିକ କରନ୍ତୁ ।
• ଏଠାରେ ଆପଣଙ୍କୁ ଡାଉନଲୋଡ ଏବଂ ସ୍ମାର୍ଟ ଡାଉନଲୋଡ ଦୁଇଟି ଅପସନ ନଜର ।ସିବ । େ
• ଯଉଁଥିରୁ ଆପଣଙ୍କୁ ସ୍ମାର୍ଟ ଡାଉନଲୋଡ ଅପସନ ଉପରେ କ୍ଲିକ କରି ଆପଣ ସିନେମାକୁ ରାତି ୨ଟାରୁ ୫ଟା ସମୟ ମଧ୍ୟରେ ସିଡ୍ୟୁଲ କରିପାରିବେ ।
• ତେବେ ସ୍ମାର୍ଟ ଡାଉନଲୋଡର ଅପସନ ସବୁ ସିନେମା ପାଇଁ ପ୍ରଯୁଜ୍ୟ ନଥାଏ ।