ଆଜି କୃଷକ ଅଧିକାର ଦିବସ: ସବୁ ଜିଲ୍ଲା ସଦର ମହକୁମାରେ ଅନଶନ କରିବେ ଚାଷୀ

12

କନନ ବ୍ୟୁରୋ : ଆଜି ସାରା ରାଜ୍ୟ ପାଳନ କରୁଛି କୃଷକ ଅଧିକାର ଦିବସ । ଆଜି ସକାଳ ୧୦ ଟାରୁ ୪ଯାଏଁ ସମସ୍ତ ଜିଲ୍ଲାର ସଦର ମହକୁମାରେ ଅନଶନ କରିବେ ଚାଷୀ । ଯାଜପୁର ରସୁଲପୁର ବ୍ଲକ ଅର୍ତିଆ କୁସୁନୁପୁର ଗାଁ ଯାତ୍ରା ପଡିଆରେ ରାଜ୍ୟସ୍ତରୀୟ କୃଷକ ଅଧିକାର ଦିବସ ପାଳନ କରାଯିବ । ଏଠାରୁ ସମଗ୍ର ରାଜ୍ୟକୁ କୃଷକ ଅଧିକାର ଯାତ୍ରାର ଶୁଭାରମ୍ଭ ହେବ ।

ସକାଳେ ଅନଶନ ସ୍ଥଳରୁ ଶାନ୍ତି ଶୋଭାଯାତ୍ରା ବାହାରି ସଭାମଂଚ ନିକଟରେ ପହଂଚିବ । ସେଠାରେ ଆନୁଷ୍ଠାନିକ ଭାବେ କୃଷକ ଅଧିକାର ଦିବସ ପାଳନ କରାଯିବ । ନବ ନିର୍ମାଣ କୃଷକ ସଂଗଠନର ଏହି ଆନ୍ଦୋଳନକୁ ସବୁ ଦିଗରୁ ସମର୍ଥନ ମିଳିଛି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ଚାଷୀଙ୍କ ପାଇଁ ପ୍ରେଷ୍ଟିଜ୍, ପ୍ରାଇସ୍ ଓ ପେନସନ୍ ଦାବିର ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଛି ନବ ନିର୍ମାଣ କୃଷକ ସଂଗଠନ ।