ଭୁବନେଶ୍ୱର : ଚାକିରି ନାଁରେ ଠକେଇ ଅଭିଯୋଗ

147

କନକ ବ୍ୟୁରୋ : ଆଇ.ଏ.ଏଚ୍ ନାମକ ଏକ ସଂସ୍ଥା ଚାକିରି ଦେବା ନାଁରେ ଠକେଇ କରିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଉକ୍ତ ସଂସ୍ଥାରେ ୬ମାସରେ ପାଇଁ ଛାତ୍ରଛାତ୍ରୀ ମାନେ ୮୦ରୁ ୯୦ ହଜାର ପର୍ଯ୍ୟନ୍ତ କୋର୍ସ ଫି ଦେଇଥିଲେ । ଆଉ ଛାତ୍ରଛାତ୍ରୀଙ୍କୁ ଚାକିରି ପାଇଁ ଭୁବନେଶ୍ୱର ଓ ଦିଲ୍ଲୀ ବିମାନବନ୍ଦରକୁ ପଠାଯାଇଥିଲା ।

ହେଲେ ଅଫର ଲେଟରରେ ଲେଖାଯାଇଥିବା ଚାକିରି ଯାଗାରେ ସେମାନଙ୍କୁ ଅନ୍ୟ କିଛି କାମ ଦିଆଯାଇଥିଲା । ଏପରିକି ଚାକିରି ପାଇବା ପରେ ବି ଛାତ୍ରୀମାନଙ୍କୁ ପୁଣି ଥରେ ଟଙ୍କା ମଗାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ସେପଟେ ନୟାପଲ୍ଲୀ ଥାନା ପୁଲିସ ସଂସ୍ଥାର ଡାଇରେକ୍ଟର ଓ ଆଡମିଷ୍ଟସନ ଅଫିସରଙ୍କୁ ଥାନାରେ ଅଟକ ରଖି ପଚକା ଉଚରା କରୁଛି । ସଂସ୍ଥାଟି କାହାରିକୁ ଠକି ନାହିଁ ବୋଲି ଡାଇରେକ୍ଟର ସଫେଇ ଦେଇଛନ୍ତି ।