ବିଶ୍ୱରୁ ନିଶ୍ଚିହ୍ନ ହୋଇଯିବ ପାକିସ୍ତାନ : ଇମ୍ରାନ ସରକାରଙ୍କୁ ଚେତାବନୀ ଦେଲେ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ, ପାକିସ୍ତାନରେ ସେବା ବନ୍ଦ ପାଇଁ ଧମକ

3,388

କନକ ବ୍ୟୁରୋ : ସାରା ବିଶ୍ୱରୁ ନିଶ୍ଚିହ୍ନ ହୋଇଯିବ ପାକିସ୍ତାନ । ଧମକ ଦେଲେ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ । ସୋସିଆଲ ମିଡ଼ିଆର ଲୋକ୍ରପ୍ରିୟ ପ୍ଲାଟଫର୍ମ ଫେସବୁକ, ଟ୍ୱିଟର ସମେତ ଅନେକ କମ୍ପାନୀ ପାକିସ୍ତାନ ବିରୋଧରେ ସ୍ୱର ଉଠାଇବା ଆରମ୍ଭ କରିଦେଇଛନ୍ତି । ଆତଙ୍କବାଦର ପେଣ୍ଠସ୍ଥଳ ବୋଲାଉଥିବା ପାକିସ୍ତାନରେ ସେବା ବନ୍ଦ କରିବା ପାଇଁ ଧମକ ଦେଇଛନ୍ତି ।

ପାକିସ୍ତାନ ପାଇଁ ଖରାପ ଖବର । ସୋସିଆଲ ମିଡ଼ିଆର ସେନସରସିପର ନିୟମ ପାକିସ୍ତାନ ଉପରେ ଭାରି ପଡ଼ିବ । ଆଉ ଏଥିପାଇଁ ପାକିସ୍ତାନର ଡିଜିଟାଲ ସେନସରସିପ୍ ନିୟମକୁ ନେଇ କମ୍ପାନୀ ଗୁଡ଼ିକ ଇମ୍ରାନ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ପାକିସ୍ତାନରେ ସୋସିଆଲ ମିଡ଼ିଆ ପାଇଁ ଲାଗୁ ହୋଇଛି ନୂଆ ନିୟମ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଗୁଡ଼ିକ ନିଜ ସେବା ଜାରି ରଖିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛି । ଏହି କ୍ରମରେ ଏସିଆ ଇଣ୍ଟରନେଟ୍ କୋଲେସେନ(AIC) ପକ୍ଷରୁ ଇମ୍ରାନ ସରକାରଙ୍କୁ ଚିଠି ଲେଖି ରିଜୋଲ୍ୟୁସନରେ ପରିବର୍ତ୍ତନ ଆଣିବା ପାଇଁ ପରାମର୍ଶ ଦିଆଯାଇଛି ।

ପାକିସ୍ତାନରେ ପୂର୍ବରୁ ମଧ୍ୟ ଅନଲାଇନ୍ କଣ୍ଟେଣ୍ଟକୁ ନେଇ  କଡ଼ା ରିଜୋଲ୍ୟୁସନ ରହିଛି । ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକର ସୂଚନା ଅନୁସାରେ ଫ୍ରିଡ଼ମ୍ ଅଫ୍ ଏକ୍ସପ୍ରେସନ ଓ ପ୍ରାଇଭେସି ସହ ଜଡ଼ିତ ଅଭିଯୋଗ ପାଇଁ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାଆନ୍ତି । ଚିଠିରେ ସ୍ପଷ୍ଟ ଲେଖାଯାଇଛି ନିୟମ ପାକିସ୍ତାନ ସରକାର ନିୟମକୁ ନେଇ ମନମାନୀ କରୁଛନ୍ତି । ଏହି ସମସ୍ତ ନିୟମ ପାକିସ୍ତାନର ୭ କୋଟି ଇଣ୍ଟରନେଟ୍ ୟୁଜରଙ୍କ ଗୋପନୀୟତା କ୍ଷୁର୍ଣ୍ଣ କରୁଛି । ଏନେଇ ସରକାର ସଚେତନ ନହେଲେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଗୁଡ଼ିକ ପାକିସ୍ତାନରେ ସେବା ବନ୍ଦ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।