କୋଲାବ ଜଳଭଣ୍ଡାରରେ ୩ ଛାତ୍ରଙ୍କ ସଲୀଳ ସମାଧି । ଗାଧୋଇବା ବେଳେ ଗୋଡ ଖସିଯାଇ ବୁଡିଗଲେ ଛାତ୍ର । ଜନ୍ମଦିନ ଅବସରରେ ଭୋଜି କରିବାକୁ ଯାଇଥିଲେ ୭ ଛାତ୍ରଛାତ୍ରୀ

କୋରାପୁଟ ସରକାରୀ କଲେଜ କମ୍ପ୍ୟୁଟର ସାଇନ୍ସ ବିଭାଗର ଛାତ୍ର

355

କନକ ବ୍ୟୁରୋ: କୋରାପୁଟ କୋଲାବ ଡ୍ୟାମରେ ବଡ ଅଘଟଣ । ଜଳଭଣ୍ଡାରରେ ବୁଡି ୩ ଛାତ୍ରଙ୍କ ସଲୀଳ ସମାଧି । ଗାଧୋଇବା ବେଳେ ଗୋଡ ଖସିଯିବାରୁ ପାଣିରେ ବୁଡି ୩ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ସୂଚନା । ତେବେ ମୃତ୍ୟୁ ଘଟିଥିବା ସମସ୍ତ ପିଲା କୋରାପୁଟ ସରକାରୀ କଲେଜ କମ୍ପ୍ୟୁଟର ସାଇନ୍ସ ବିଭାଗର ଛାତ୍ର ବୋଲି ଜଣାପଡିଛି। ଜନ୍ମଦିନ ଅବସରରେ ଭୋଜି କରିବାକୁ କୋଲାବ ଡ୍ୟାମ ଯାଇଥିଲେ ୭ ଜଣ ଛାତ୍ରଛାତ୍ରୀ ।

ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ସରକାରୀ ମହାବିଦ୍ୟାଳୟର ୪ଜଣ ଛାତ୍ର ଏବଂ ୩ଜଣ ଛାତ୍ରୀ ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳିବାକୁ ଯାଇଥିଲେ। ସେମାନେ କୋଲାବ ଡ୍ୟାମ୍ ନିକଟକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଡ୍ୟାମରେ ଗାଧୋଇବା ସମୟରେ ୩ ଛାତ୍ର ପାଣିରେ ବୁଡ଼ିଯାଇଥିଲେ। ତେବେ ସେମାନଙ୍କ ଗୋଡ଼ ଖସିବାରୁ ଏଭଳି ଘଟିଥିବା କୁହାଯାଉଛି। ସେଠାରେ ଉପସ୍ଥିତ ଥିବା ଛାତ୍ରୀମାନେ ୩ ଛାତ୍ର ପାଣିରେ ବୁଡ଼ିଯାଉଥିବାର ଦେଖି ଚିତ୍କାର କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ୩ ଛାତ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଏହି ୩ ଛାତ୍ର କୋରାପୁଟ ସରକାରୀ ମହାବିଦ୍ୟାଳୟର କଂପ୍ୟୁଟର ବିଜ୍ଞାନ ବିଭାଗର ଛାତ୍ର ବୋଲି ଜଣାଯାଇଛି। ସେମାନଙ୍କ ନାମ ମନ୍ମଥ, ସଞ୍ଜୀବ ଏବଂ ରମାକାନ୍ତ ବୋଲି ଜଣାପଡ଼ିଛି। ତେବେ ଏନେଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ କିଛି ସୂଚନା ନଥିବା କୁହାଯାଉଛି।